ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣା: ଡାକ୍ତର ଗିରଫ

ସୁନ୍ଦରଗଡ଼,୭।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ବୀରମିତ୍ରପୁର ସାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କରିଛି। ବେଆଇନ ଭାବେ ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ ପଚରାଉଚରା ପରେ କ୍ରାଇମବ୍ରାଞ୍ଚ ଗିରଫ କରି ପୋକ୍ସୋ କୋର୍ଟରେ ହାଜର କରିଛି।
ଏହି ଘଟଣାରେ ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କୁ ସୋମବାର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ହାଜତରେ ସେ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ରହିବେ। ତେବେ ଏହି ଘଟଣାରେ ଅନ୍ୟ ୪ ଅଭିଯୁକ୍ତ ଫେରାର ଅଛନ୍ତି।

Share