Advertisement

ପାାଣି ପିଇବାର ଠିକ୍‌ ଉପାୟ କହିଛନ୍ତି ଚାଣକ୍ୟ : ଆପଣାଇଲେ ଡାକ୍ତରଙ୍କୁ ଦେବାକୁ ପଡ଼ିବ ନାହିଁ ଟଙ୍କା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଜୀବନର ମୂଲ୍ୟବୋଧ ବିଷୟରେ ଉଲ୍ଲେଖ କରିଥିବାବେଳେ ସୁସ୍ଥ ରହିବା ପାଇଁ ଅନେକ ପଦକ୍ଷେପ ସମ୍ପର୍କରେ ମଧ୍ୟ କହିଛନ୍ତି। ଏକ ଶ୍ଳୋକ ମାଧ୍ୟମରେ ଫିଟ୍‌ ରହିବାକୁ କିଛି ଉପାୟ ବତାଇଛନ୍ତି।

 

ଏହି ଶ୍ଳୋକରେ ଚାଣକ୍ୟ ପାଣି ପିଇବାର ଠିକ୍‌ ଉପାୟ କହିଛନ୍ତି। ସେ କହିଛନ୍ତି ଯେ, ଜଳ ଜଣେ ବ୍ୟକ୍ତିଙ୍କ ପାଇଁ ଅମୃତ ପରି। ଯଦି ଏହାକୁ ଭୁଲ୍‌ ଭାବରେ ବ୍ୟବହାର କରାଯାଏ, ତେବେ ଏହା ମଧ୍ୟ ବିଷ ଭଳି କାର୍ଯ୍ୟ କରିଥାଏ।
ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି, ଖାଦ୍ୟ ହଜମ ହେବା ପରେ ପାଣି ପିଇବା ଏକ ଔଷଧ ଭଳି କାମ କରିଥାଏ। ଏଥିସହ ସେ କହିଛନ୍ତି, ଭୋଜନ ସମୟରେ ପାଣି ପିଇବା ଉଚିତ ନୁହେଁ।

ଚାଣକ୍ୟଙ୍କ ଅନୁଯାୟୀ, ସୁସ୍ଥ ଶରୀର ତଥା ଚର୍ମରୋଗରୁ ବଞ୍ଚିବା ପାଇଁ ସପ୍ତାହରେ ଥରେ ଶରୀରରେ ତେଲ ମାଲିସ କରିବା ଜରୁରୀ ।

ଏହା ବ୍ୟତୀତ, ଉପରକୁ ଦେଖାଯାଉଥିବା ଶସ୍ୟ ଅପେକ୍ଷା ମାଟିତଳେ ଥିବା ଶସ୍ୟ ଅଧିକ ପୁଷ୍ଟିକର । ମାଟି ତଳ ଶସ୍ୟଠାରୁ ଅଧିକ ପୁଷ୍ଟିକର କ୍ଷୀର। ତାହା ଅପେକ୍ଷା ଅଧିକ ପୁଷ୍ଟିକର ମାଂସ। ଏକ ସୁସ୍ଥ ଜୀବନଯାପନ ପାଇଁ ଏସବୁ ଖାଇବା ଆବଶ୍ୟକ ବୋଲି ବିବେଚନା କରାଯାଏ ।

ଏଥିସହ ଚାଣକ୍ୟ ସମସ୍ତ ଔଷଧକୁ ପ୍ରାଧାନ୍ୟ ଦେଇଛନ୍ତି । ସେ କହିଛନ୍ତି, ଭୋଜନ ହେଉଛି ସବୁଠାରୁ ବଡ଼ ସୁଖ। କାରଣ ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଏପରି କଲେ ଜଣେ ସୁସ୍ଥ ରହିବା ସହ ଡାକ୍ତରଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel