Posted inଫୁରସତ

ବୋଧଗମ୍ୟତାକୁ ସହଜ କରେ ଅନୁବାଦ

ଜଣଙ୍କର ଭାଷା ଅନ୍ୟ ଜଣେ ନ ବୁଝିପାରିଲେ ଭାବର ଆଦାନ ପ୍ରଦାନ ସମ୍ଭବ ହୋଇ ପାରେ ନାହିଁ। ଫଳରେ ଜଣଙ୍କର ଭାବାବେଗ ଠିକ୍‌ ଭାବେ ଅନ୍ୟ ଜଣେ ଜାଣି ପାରେନା। ଏହା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତି ଗୋଟିଏ ପରିବାରଠାରୁ ଆରମ୍ଭ କରି ଦୁଇ ଭିନ୍ନ ସମାଜ ଏବଂ ଦେଶ ଦେଶ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। ଗୋଟିଏ ଦେଶର ଭାଷା ଅନ୍ୟ ପଡ଼ୋଶୀ ଦେଶ ନ ବୁଝିପାରିଲେ ସମ୍ପର୍କରେ ଦୂରତା ବଢ଼େ। ଫଳରେ ସମ୍ପର୍କ ସ୍ଥାପନ କଷ୍ଟକର ହୋଇଯାଏ। ଏ କ୍ଷେତ୍ରରେ ଦୁଇ ଦେଶର ଭାଷା ବୁଝୁଥିବା ଜଣେ ଲୋକଙ୍କ ଦ୍ୱାରା ଭାବର ଆଦାନ ପ୍ରଦାନ କରାଯାଇପାରେ। ଭାବ ଆଦାନ ପ୍ରଦାନରେ ଭାଷାର ଉପଯୋଗିତା ଏବଂ ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦର ବ୍ୟବହାରକୁ ଉପଲବ୍ଧି କରି ପ୍ରତିବର୍ଷ ସେପ୍ଟେମ୍ବର ୩୦ରେ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଇଥାଏ। ଏହି ଦିନ ଉତ୍ତର-ପୂର୍ବ ଇଟାଲୀର ସେଣ୍ଟ ଜେରୋମେଙ୍କ ପରଲୋକ ଘଟିଥିଲା। ସେ ପ୍ରଥମେ ବାଇବେଲର ଲାଟିନ ଭାଷାରେ ଅନୁବାଦ କରିଥିଲେ।
ଭାଷାଗତ ବ୍ୟବଧାନ ଦୂର ହେବା ନିତାନ୍ତ ଆବଶ୍ୟକ ବୋଲି ତାଙ୍କର ଦୃଢ଼ ମତ ଥିଲା। ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପୂର୍ବକ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି।
ଏହି ଦିନ ଜାତିସଂଘ ପକ୍ଷରୁ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଅନୁବାଦ ପ୍ରତିଯୋଗିତା ଆୟୋଜନ କରାଯାଉଛି।
ବିଶ୍ୱ ଅନୁବାଦ ଦିବସ ପାଳନ ପାଇଁ ୨୦୧୭ ମେ’ ୨୪ରେ ଜାତିସଂଘ ମହାସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ୨୦୧୮ଠାରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି। ୧୯୪୬ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ପରମହଂସ ଯୋଗାନନ୍ଦଙ୍କ ଦ୍ବାରା ଲିଖିତ ‘ଅଟୋବାଇଓଗ୍ରାଫି ଅଫ ଏ ଯୋଗୀ’ ପୃଥିବୀର ୫୦ଟିରୁ ଅଧିକ ଭାଷାରେ ଅନୁବାଦ ହୋଇ ପାରିଛି। ପୋଲାଣ୍ଡର ପ୍ରସିଦ୍ଧ ଗାଳ୍ପିକ ଆଇଜାକ ବାସେଭିସ ସିଙ୍ଗର ତାଙ୍କ କାଳଜୟୀ କାହାଣୀ ଏବଂ ଉପନ୍ୟାସ ତାଙ୍କ ମାତୃଭାଷା ୟିଡିସରେ ଲେଖୁଥିଲେ ।
ଏହି ଭାଷାଟି ଅତ୍ୟନ୍ତ କମ ଲୋକଙ୍କ ଦ୍ୱାରା ବ୍ୟବହୃତ ଭାଷା ଥିଲା। ପରେ ତାଙ୍କ ପୁସ୍ତକର ଇଂଲିଶ ଅନୁବାଦ ତାଙ୍କୁ ବିଶ୍ବପ୍ରସିଦ୍ଧ କରିଥିଲା। ସାହିତ୍ୟରେ ଏହା ନୋବେଲ ପୁରସ୍କାର ହାସଲ କରିଥିଲା।
ଲେଖକ ପାଉଲୋ କୋଏଲହୋଙ୍କ ରଚିତ ପୁସ୍ତକ ‘ଆଲକେମିଷ୍ଟ’ ୮୦ଟି ବିଭିନ୍ନ ଭାଷାରେ ଅନୁବାଦ ହୋଇ ସାରା ପୃଥିବୀରେ ଲୋକପ୍ରିୟ ହୋଇ ପାରିଛି। କରିଛି। ବେଲଜିୟମର ଟିନ୍ଟିନ କମିକ୍ସ ୯୩ଟି ଭାଷାରେ ଅନୁବାଦ ହୋଇ ବିଶ୍ବବ୍ୟାପୀ ପିଲାମାନଙ୍କର ଅତି ପ୍ରିୟ ହୋଇପାରିଛି। ଲିୱିସ କାରୋଲଙ୍କ ଲିଖିତ ଇଂଲିଶ ପୁସ୍ତକ ଏଲିସସ ଆଡଭେନ୍ଚର୍ସ ଇନ ୱଣ୍ଡରଲାଣ୍ଡ’ ୧୭୫ଟି ବିଭିନ୍ନ ଭାଷାରେ ଅନୁବାଦ ହୋଇଛି। ଅନୁବାଦ ଯୋଗୁ ଅନେକ ପୁସ୍ତକ ଲୋକପ୍ରିୟ ହୋଇ ପାରିଛି।
ଆମ ଓଡିଆ ଭାଷାର ଭକ୍ତ କବି ଅତିବଡୀ ଜଗନ୍ନାଥ ଦାସ ହେଉଛନ୍ତି ଅନୁବାଦର ଏକ ଅତ୍ୟନ୍ତ ଉଜ୍ଜ୍ବଳ ଉଦାହରଣ। ତାଙ୍କ ମା’ ବ୍ୟାସଦେବଙ୍କ ରଚିତ ମୂଳ ସଂସ୍କୃତ ଭାଗବତ ବୁଝିପାରିଲେ ନାହିଁ ବୋଲି ଜଗନ୍ନାଥ ଦାସ ତାକୁ ଓ ଅନୁବାଦ କରିଥିଲେ, ଯାହା ଆମ ଓଡ଼ିଆ ଭାଷାର ପ୍ରାଣପିଣ୍ଡ ହୋଇ ପାରିଛି। ଗାଁ ଗାଁରେ ଭାଗବତ ଟୁଙ୍ଗୀ ଭାଗବତକୁ ଏକ ନୂତନ ପରିଚୟ ଦେଇ ପାରିଛି। ସେହିପରି ବ୍ୟାସକବି ଫକୀର ମୋହନ ସେନାପତି ତାଙ୍କ ଗଳ୍ପ ଓ ଉପନ୍ୟାସର ଇଂଲିଶ ଅନୁବାଦ କରିି ପୃଥିବୀରେ ପରିଚିତ ହେବା ସହିତ ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri