୩୭୮ ଓଏଏସ୍‌ଙ୍କୁ ମିଳିଲା ଆଶ୍ୱସ୍ତି

କଟକ ଅଫିସ,୨୬।୧୦: ରାଜ୍ୟର ୩୭୮ ଜଣ ଓଏଏସ୍‌ ଆଶ୍ୱସ୍ତି ପାଇଛନ୍ତି । ସେମାନଙ୍କ ନିଯୁକ୍ତିକୁ ହାଇକୋର୍ଟ ବୈଧ ଘୋଷଣା କରିଛନ୍ତି। ୨୦୦୬ ମସିହାରେ ଏହି ୩୭୮ ଜଣ ଓଏଏସ ଭାବେ ନିଯୁକ୍ତି ପାଇଥିଲେ। ତେବେ ସେମାନଙ୍କ ନିଯୁକ୍ତିକୁ ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନ ଥିବା କିଛି ପ୍ରାର୍ଥୀ ଚ୍ୟାଲେଞ୍ଜ କରିଥିଲେ। ଏହି ପ୍ରାର୍ଥୀମାନଙ୍କ ଆବେଦନ ଉପରେ ବିଚାର କରି ସ୍ୟାଟ ସମସ୍ତ ୩୭୮ ଜଣ ଯାକ ଓଏଏସ୍‌ ଅଧିକାରୀଙ୍କ ନିଯୁକ୍ତିକୁ ରଦ୍ଦ କରି ଦେଇଥିଲେ। ସ୍ୟାଟଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ହାଇକୋର୍ଟ ପ୍ରଥମେ ସ୍ୟାଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଥିଲେ। ମଙ୍ଗଳବାର ମାମଲାର ଶୁଣାଣି କରି ଏହି ୩୭୮ ଜଣ ଓଏଏସ୍‌ଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି। ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି କୋର୍ଟ ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି।