୧୨ରେ ୫ ଜିଲାରେ ବର୍ଷା

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଯଦିଓ ଅପରାହ୍ନରେ ତାତି ରହୁଛି କିନ୍ତୁ ତାପମାତ୍ରା ପୂର୍ବାପେକ୍ଷା କମ୍‌ ରହିଛି। ଗତ ତିନିଦିନ ହେବ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ତେବେ ଆସନ୍ତା ୧୨ ତାରିଖରେ ବିଭିନ୍ନ ଜିଲାରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି। ୧୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ୫ ଜିଲାର କିଛି ସ୍ଥାନରେ ବର୍ଷା ହେବା ସହିତ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ଅନ୍ୟ ସବୁ ସ୍ଥାନରେ ପାଗ ଶୁଖିଲା ରହିବ। ମଙ୍ଗଳବାର ବୌଦ୍ଧରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୁନ୍ଦରଗଡ଼, ବଲାଙ୍ଗୀରରେ ୩୮.୫, ତାଳଚେର ୩୮.୧, ଭବାନୀପାଟଣା ୩୮, ସୋନପୁର ୩୭.୮, ଝାରସୁଗୁଡ଼ା ୩୭.୪, ଟିଟିଲାଗଡ଼ ୩୭, ଅନୁଗୋଳ ୩୬.୭, କେନ୍ଦୁଝର ୩୬.୬, ଭୁବନେଶ୍ୱରରେ ୩୬.୪, ସମ୍ବଲପୁର ୩୬.୨, ବାରିପଦା, ଫୁଲବାଣୀରେ ୩୬, ହୀରାକୁଦ ୩୫.୭, ଚାନ୍ଦବାଲି ୩୫.୨, ବାଲେଶ୍ୱର ଏବଂ କଟକରେ ୩୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ଦୁଇ ତିନିଦିନ ପର୍ଯ୍ୟନ୍ତ ଦିନବେଳା ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଆସନ୍ତା ୨୪ଘଣ୍ଟା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରହିବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।

Share