ସ୍ବାସ୍ଥ୍ୟକେନ୍ଦ୍ରରେ ଦିଆଯାଉଛି ଅସ୍ବାସ୍ଥ୍ୟକର ଖାଦ୍ୟ, ପ୍ୟାକେଟ୍‌ ଖୋଲିଦେବାକ୍ଷଣି ବାହାରିଲା ବିଛା

ପଦ୍ମପୁର,୨୫।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ବାସ୍ଥ୍ୟକର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଜଣେ ପ୍ରସୂତିଙ୍କୁ ରବିବାର ସକାଳେ ଦିଆଯାଇଥିବା ଜଳଖିଆ ପ୍ୟାକେଟ୍‌ରେ ଏକ ମଲା ତେନ୍ତୁଳିଆ ବିଛା ବାହାରିଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀଦାସପୁର ପଞ୍ଚାୟତ ମାଟିପକା ଅଞ୍ଚଳର ବର୍ଷା ପ୍ରିୟଦର୍ଶିନୀ ନାୟକଙ୍କ ପ୍ରସବ ବେଦନା ହେବାରୁ ଶନିବାର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରବିବାର ସକାଳ ଜଳଖିଆରେ ତାଙ୍କୁ ଇଡ୍‌ଲି ଓ ଘୁଗୁନି ଦିଆଯାଇଥିଲା ବେଳେ ସେଥିରୁ ବିଛା ବାହାରିଥିବା ସେ କହିଛନ୍ତି।

Share