Categories: ବାଣିଜ୍ୟ

ଏସ୍‌ବିଆଇ ପକ୍ଷରୁ ‘ସ୍ବଚ୍ଛତା ହିଁ ସେବା’

ଭୁବନେଶ୍ୱର,୩।୧୦: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସବିଆଇ)ର ଭୁବନେଶ୍ୱର ସର୍କଲ ପକ୍ଷରୁ ରବିବାର ଭୁବନେଶ୍ୱରର ୨ଟି ସ୍ଥାନରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏସବିଆଇ ଭୁବନେଶ୍ୱର ସର୍କଲର ସିଜିଏମ ଚନ୍ଦର ଶେଖର ଶର୍ମାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ୟୁନିଟ-୧ହନୁମାନ ମନ୍ଦିର ଏବଂ ମଦର ପବ୍ଲିକ ସ୍କୁଲ ସମ୍ମୁଖରେ ଏକ ଗଣ ସଫେଇ (ଶ୍ରମଦାନ କାର୍ଯ୍ୟକ୍ରମ) କରାଯାଇଥିଲା। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ସେହିଭଳି ସ୍ବଚ୍ଛ ଭାରତ ମିଶନର ୯ମ ବର୍ଷର ଥିମ୍‌ ଗାର୍ବେଜ ଫ୍ରି ଇଣ୍ଡିଆ ପରିପ୍ରେକ୍ଷୀରେ ଏସବିଆଇ ପକ୍ଷରୁ ଉପରୋକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Share