ସର୍ବସାଧାରଣଙ୍କ ପାଇଁ କାଚରେ ତିଆରି ହେଲା ଶୌଚାଳୟ: ଏହାର ଉଦ୍ଦେଶ୍ୟ ଜାଣିଲେ କରିବେ ପ୍ରଶଂସା

ନିଜର ଉନ୍ନତମାନର ଏବଂ ଜ୍ଞାନ କୌଶଳ ପାଇଁ ସାରା ବିଶ୍ୱରେ ପରିଚିତ ଜାପାନ। ଏବେ ସେ ଏମିତି ଏକ ଶୌଚାଳୟ ତିଆରି କରିଛି, ଯାହା ବିଷୟରେ ଜାଣିବା ପରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ।
ଜାପାନର ରାଜଧାନୀ ଟୋକିଓସ୍ଥିତ ଏକ ପାର୍କରେ ଟ୍ରାନ୍ସପରେଣ୍ଟ(ଦୃଶ୍ୟମାନ) ଶୌଚାଳୟ ତିଆରି କରାଯାଇଛି। ଏପରି ଶୌଚାଳୟ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏହାକୁ ବ୍ୟବହାର କରିବାକୁ ଚାହୁଁଥିବା ଲୋକମାନେ ବାହାରୁ ଏହାର ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଜାଣିପାରିବେ। ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର କରାଯାଇ ଶିଗୁରୁ ବେନ୍‌ ଆର୍କିଟେକ୍‌ସ ଦ୍ୱାରା କାଚରେ ଏହାକୁ ତିଆରି କରାଯାଇଛି। ଏହାକୁ ବ୍ୟବହାର କରିବା ସମୟରେ ବାହାରକୁ କିଛି ଦୃଶ୍ୟମାନ ହୋଇ ନ ଥାଏ। ଏହି ଶୌଚାଳୟକୁ ପ୍ରୀତକର ପୁରସ୍କାର ବିଜେତା ଶିଗୁରୁ ବ୍ୟାନ୍‌ ଏବଂ ଅନ୍ୟ ୧୨ରୁ ଊର୍ଦ୍ଧ୍ୱ ଡିଜାଇନର ଏହାକୁ ତିଆରି କରିଛନ୍ତି। ଏଥିରେ ବ୍ୟବହୃତ ଗ୍ଲାସ୍‌କୁ ସ୍ମାର୍ଟ ଗ୍ଲାସ୍‌ କୁହାଯାଏ, ଯାହାକି କ୍ୟୁବିକଲରେ ଥିବା ବେଳେ ଅସ୍ପଷ୍ଟ ହୋଇଯାଏ। ଏହି ଶୌଚାଳୟ ଶିବୁୟା ଅଞ୍ଚଳରେ ୫ଟି ସ୍ଥାନରେ ରହିଛି। ଯଦିଓ ଏପରି ଶୌଚାଳୟ ବିପଦପୂର୍ଣ୍ଣ ତେବେ ସର୍ବସାଧାରଣ ଶୌଚାଳୟ ପ୍ରତି ରହିଥିବା ଲୋକଙ୍କ ଧାରଣାକୁ ବଦଳାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।

Share