Categories: ଜାତୀୟ

ଗ୍ରୀଷ୍ମ ଋତୁରେ ବଢିଯାଇଥାଏ ମୃତ୍ୟୁ ସଂଖ୍ୟା, ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂଙ୍କ ବିବାଦୀୟ ବୟାନ

ବଲିୟା,୧୯।୬: ଉତ୍ତର ପ୍ରଦେଶର ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂଙ୍କ ଏକ ବିବାଦୀୟ ବୟାନକୁ ନେଇ ସେ ଏବେ ଚର୍ଚ୍ଚାରେ। ଜିଲା ହସ୍ପିଟାଲରେ ଅଂଶୁଘାତରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସେ କହିଛନ୍ତି ଗ୍ରୀଷ୍ମ ଋତୁରେ ମୃତ୍ୟୁ ସଂଖ୍ୟା ବଢି ଯାଇଥାଏ।

ରବିବାର କଲେକ୍ଟ୍ରେଟ ସ୍ଥିତ ଗଙ୍ଗା ବହୁଉଦ୍ଦେଶୀୟ ସଭାଗାରରେ ଆୟୋଜିତ ଆୟୋଜିତ ସରକାରଙ୍କ ‘ନ ଶାଲ ବେମିଶାଲ’ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଥିଲେ ଏମିତି ପୂର୍ବରୁ ବି ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ବରିଷ୍ଠ ନାଗରିକ ରହିଛନ୍ତି।
ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି। ଲକ୍ଷ୍ନୌର ଅଧିକାରୀଙ୍କ ଟିମ ଜିଲ୍ଲାକୁ ଆସିଛି। ଏଭଳି ସମୟରେ ମନ୍ତ୍ରୀଙ୍କ ବୟାନକୁ ଇଣ୍ଟରନେଟ ମିଡିଆରେ ଟ୍ରୋଲ କରାଯାଉଛି।

Share