‘ଲକ୍ଷ୍ମୀ ବସ୍‌ରେ ରଙ୍ଗ ଲାଗି ନ ଥିଲା, ଷ୍ଟିକର ଲାଗିଥିଲା’

ଭୁବନେଶ୍ୱର, ୯।୭(ସୁନିତ୍‌ ମିଶ୍ର): ‘ଲକ୍ଷ୍ମୀ’ ବସ୍‌ରେ ଲାଗି ନ ଥିଲା ରଙ୍ଗ। କେବଳ ଷ୍ଟିକର ଲଗାଯାଇଥିଲା। ନିର୍ବାଚନ ପରେ ଷ୍ଟିକର ବାହାରି କରିଦେଇଥାଆନ୍ତେ। ସେହି ଯୋଜନାକୁ ବନ୍ଦ କରିଦେଇଥାନ୍ତେ। ଯଦି ଲକ୍ଷ୍ମୀ ବସ୍‌ ଚଲାଇଥାଆନ୍ତେ, ତେବେ ରଙ୍ଗ ଲଗାଇ ଥାଆନ୍ତେ। ଲକ୍ଷ୍ମୀ ବସ୍‌ର ରଙ୍ଗ ପରିବର୍ତ୍ତନ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ଏଭଳି ମନ୍ତବ୍ୟ ରଖିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଲକ୍ଷ୍ମୀ ବସ୍‌ରେ ଗୋଟିଏ ଦଳର ସିମ୍ବଲ ଲାଗିଥିଲା। ଷ୍ଟିକର ବାହାରକଲା ପରେ ବସ୍‌ ଅସୁନ୍ଦର ଦେଖାଗଲା। ତେଣୁ ପୁରୁଣା ଓଡ଼ିଶା ଷ୍ଟେଟ୍‌ ଟ୍ରାନ୍ସପୋର୍ଟର ବସ୍‌ ସେବା ବେଳର ରଙ୍ଗ ଅରେଞ୍ଜ ଲଗାଯାଇଛି। ତାକୁ ଯଦି ଭାଜପା ରଙ୍ଗ କୁହାଯିବ, ଆମେ ସ୍ବାଗତ କରିବୁ ବୋଲି କହିଛନ୍ତି। ଆମେ କୌଣସି ଦଳୀୟ ଗନ୍ଧ ଆସିଲା ଭଳି ରଙ୍ଗ ଦେଇନାହୁଁ। ଯାହା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିଲା, ସେହି ରଙ୍ଗ ଦେଉଛୁ। ଯେଉଁଠି ଷ୍ଟିକର ଲାଗିଥିଲା, ସେହି ସ୍ଥାନରେ ସେହି ରଙ୍ଗ ମରାଯାଉଛି ବୋଲି ମନ୍ତ୍ରୀ ଜେନା କହିଛନ୍ତି। ସେହିଭଳି ଦିଲ୍ଲୀ ନିର୍ଭୟା କାଣ୍ଡ ପରେ ବସ୍‌ରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ରହିଛି। ଆମେ ଆଲୋଚନା କରୁଛୁ, ସବୁ ବସ୍‌ରେ ସିସିଟିଭି ଲଗାଇବୁ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍‌ ଯୋଜନା ଅନୁୟାୟୀ କିଣାଯାଇଥିବା ବସ୍‌ଗୁଡିକର ରଙ୍ଗ ବଦଳ କରାଯାଇଛି। ଢେଙ୍କାନାଳ ଜିଲାରେ ପ୍ରଥମେ ଏହା ଲକ୍ଷ୍ୟ କରାଯିବା ପରେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା। ନୂଆ ବସ୍‌ରେ ରଙ୍ଗ ବଦଳାଇ ସରକାର କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ଖର୍ଚ୍ଚ ହେଉଛି ବୋଲି ପ୍ରଶ୍ନ ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଲାଠୋର,୫ା୪(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ସୁନାମୁଦି ଗ୍ରାମର ସୁଶାନ୍ତ ବାଗ(୧୯) ମହାରାଷ୍ଟ୍ରକୁ କାମ କରିବାକୁ ଯାଇଥିଲେ। ସେଠାରେ ସେ ଆମତ୍ହତ୍ୟା କରିଛନ୍ତି...

ରାଜାଙ୍କ ଫାର୍ମହାଉସରେ କ୍ରାଇମବ୍ରାଞ୍ଚର ତନାଘନା 

କେନ୍ଦୁଝର,୫।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖାର ଏକ ଟିମ୍‌ ଶନିବାର କେନ୍ଦୁଝର ଯାଇ ରାଜା ଚକ୍ରଙ୍କ ଗୋପାଳପୁରସ୍ଥିତ ଫାର୍ମହାଉସ୍‌ରେ ତନାଘନା କରିଛି। ସେଠାରେ...

‘ଧ୍ୱଂସ ପାଦ ଦେଶରେ ବିଜେଡି; ଏମିତି ସମୟ ଆସିବ ଶଙ୍ଖ ଚିହ୍ନ ନ ଥିବ, ଓଡ଼ିଶାରୁ ହଜିଯିବ’

ଭୁବନେଶ୍ୱର,୫।୪: ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାକୁ ଲାଗିଲାଣି ବିଜେଡି ଅନ୍ତଃକନ୍ଦଳ। ଓ୍ବକଫ୍‌ ବିଲ୍‌କୁ ନେଇ ଦଳର ଏମ୍‌ପି ସସ୍ମିତ ପାତ୍ରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ...

କାନାଡ଼ାରେ ଭାରତୀୟଙ୍କୁ ହତ୍ୟା

ଓଟାଓ୍ବା,୫।୪: କାନାଡାର ଓଟାୱା ସହର ନିକଟରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ...

ପ୍ରଥମଥର ପଡ଼ିଆରେ ନଜର ଆସିଲେ ଧୋନୀଙ୍କ ମାତା ପିତା, ଅନେକ କିଛି ଅନୁମାନ ଲଗାଇଲେଣି ପ୍ରଶଂସକ

ନୂଆଦିଲ୍ଲୀ,୫।୪: ଭାରତୀୟ ଦଳର ଷ୍ଟାର ଅଧିନାୟକ ଏବଂ ଦେଶ ପାଇଁ ତିନୋଟି ICC ଟ୍ରଫି ଜିତିଥିବା ମହେନ୍ଦ୍ର ସିଂହ ଧୋନି ଏବେ କେବଳ IPL ଖେଳୁଛନ୍ତି।...

କ୍ଷତିପୂରଣ ପାଇଁ ଛିଡୁନି ଅଙ୍କ,ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଛି ମୃତଦେହ

ପଟ୍ଟାଙ୍ଗି,୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଚନ୍ଦକା ପଞ୍ଚାୟତରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା...

ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଝଗଡ଼ା, କଥା ଗଲା ମାଡପିଟ ପର୍ଯ୍ୟନ୍ତ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଇସଲାମାବାଦ,୫।୪: ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ଅତି ଶୋଚନୀୟ ଭାବେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ଏହି ସିରିଜକୁ ୩-୦ରେ ଜିତିଛି। ସିରିଜର ତୃତୀୟ ଏବଂ ଅନ୍ତିମ...

ଏତେ ଖସିଗଲା ସୁନାଦର, ଜାଣନ୍ତୁ ୧୦ଗ୍ରାମ ସୁନାଦାମ୍‌ କେତେ…

ନୂଆଦିଲ୍ଲୀ,୫।୪: ସୁନା ଓ ରୂପାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ଅର୍ଥନୈତିକ ମାନ୍ଦ୍ୟ ଭୟ ଏବଂ ବିଶ୍ୱବ୍ୟାପୀ ଶେୟାର ବଜାରରେ ହତାଶା ସତ୍ତ୍ୱେ ସୁନା,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image