୩ ଦିନ ଲିଫ୍ଟରେ ଫସି ରହି ଜୀବନ ଗଲା

କାବୁଲ,୩ା୮: ଉଜବେକିସ୍ତାନର ତାସକେଣ୍ଟରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ୩୧ ବର୍ଷୀୟା ମହିଳା ଆପାର୍ଟମେଣ୍ଟ ବିଲ୍ଡିଂ ଲିଫ୍ଟ ଭିତରେ ଫସି ରହି ପ୍ରାଣ ହରାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଲିଓଣ୍ଟିଭା ଓଲଗାଙ୍କ ଜୁଲାଇ ୨୬ରେ ନିଖୋଜ ଥିବା ଖବର ପାଇଥିଲେ। ବହୁ ଖୋଜାଖୋଜି ସତ୍ତ୍ୱେ ତାଙ୍କ ପରିବାର ତାଙ୍କୁ ପାଇବାରେ ଅସମର୍ଥ ହୋଇଥିଲେ। ଓଲଗାଙ୍କ ୬ ବର୍ଷର ଝିଅ ବଞ୍ଚିଛନ୍ତି। ଯିଏ ବର୍ତ୍ତମାନ ସମ୍ପର୍କୀୟଙ୍କ ନିକଟରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ଆପାର୍ଟମେଣ୍ଟ ବିଲ୍ଡିଂରୁ ଉଦ୍ଧାର ହୋଇଥିବା ଏକ ସିସିଟିଭି ଫୁଟେଜରେ ଓଲଗା ୯ ମହଲା କୋଠାର ତଳ ମହଲାରେ ଥିବା ଲିଫ୍ଟ ଭିତରକୁ ପଶିଥିଲେ। ତେବେ ପରେ ତାଙ୍କୁ ଦେଖି ହୋଇ ନ ଥିଲା। ରିପୋର୍ଟ ଅନୁଯାୟୀ, ନଅ ମହଲା କୋଠାର ଉପର ମହଲାରୁ ମହିଳାଙ୍କ ସାହାଯ୍ୟ ପାଇଁ କାନ୍ଦିବା ସତ୍ତ୍ୱେ କେହି ତାଙ୍କ କଥା ଶୁଣି ନ ଥିଲେ। ଏହି ସମୟରେ ଲିଫ୍ଟର ସୁରକ୍ଷା ଆଲାର୍ମ ମଧ୍ୟ କାର୍ଯ୍ୟକ୍ଷମ ନ ଥିବା ଜଣାପଡ଼ିଛି।

ଲିଫ୍ଟ ତ୍ରୁଟିର କାରଣ ଏପର୍ଯ୍ୟନ୍ତ ଅନୁସନ୍ଧାନ ଚାଲିଛି। ପ୍ରକାଶ ଥାଉକି, ଲିଫ୍ଟରେ ବାରମ୍ବାର ବୈଷୟିକ ସମସ୍ୟା ଦେଖାଦେଇଛି। କେତେକ ବାସିନ୍ଦା ଏହି ସମସ୍ୟାକୁ ବିଦ୍ୟୁତ୍‌ କାଟ କାରଣରୁ ଦର୍ଶାଇଥିବା ବେଳେ ଆଞ୍ଚଳିକ ବିଦ୍ୟୁତ୍‌ ନେଟଓ୍ବାର୍କ କହିଛି, ସେହି ସମୟରେ କୌଣସି ଯୋଗାଣ ବ୍ୟାହତ ହେବାର ରେକର୍ଡ ନାହିଁ।

Share