Categories: ଜାତୀୟ

ବାଘ ବେକରେ ଫାଶ, ରାଜ୍ୟରେ ରେଡ୍‌ ଆଲର୍ଟ ଜାରି

ଜୟପୁର,୬ା୧୨: ରାଜସ୍ଥାନରେ ଦେଶର ସବୁଠୁ ପ୍ରସିଦ୍ଧ ରଣଥମ୍ବୋର ଜାତୀୟ ଉଦ୍ୟାନରେ ଏକ ବାଘ ବେକରେ ତାରର ଫାଶ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ସମଗ୍ର ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ଟାଇଗର ରିଜର୍ଭର ଟାଇଗର ଟି -୧୦୮ ବେକରେ ଏହି ତାର ଫସି ରହିଥିବା ଦେଖିବାକୁ ମିଳିଛି।

ଜାତୀୟ ଉଦ୍ୟାନରେ ଥିବା ଟ୍ରାପ କ୍ୟାମେରା ଯୋଗେ ବାଘ ବେକରେ ତାର ଝୁଲୁଥିବା ଦେଖିବାକୁ ମିଳିଥିଲା। ପରେ ଜଙ୍ଗଲ ଅଧିକାରୀମାନେ ଏନ୍‌ଟିସିଏର ଅନୁମତି ମାଗି ଟି -୧୦୮କୁ ଫାଶରେ ପକାଇଥିଲେ।

ଏହି ଘଟଣାରେ ମୁଖ୍ୟ ବନ୍ୟପ୍ରାଣୀ ଓ୍ବାଡନ ଅରିଜିତ୍‌ ବାନାର୍ଜୀ ୭ ଦିନ ମଧ୍ୟରେ ରିପୋର୍ଟ ମାଗିଛନ୍ତି। ଏହି ଫାଶଟି ବାଘର ବେକରେ କିପରି ଲାଗିଲା ବୋଲି ସେ ରିପୋର୍ଟରେ ଜବାବ ଚାହିଁଛନ୍ତି। ଘଟଣା ଜଣାପଡ଼ିବା ପରେ ବର୍ତ୍ତମାନ ରାଜସ୍ଥାନର ବନ ବିଭାଗ ଫେବୃୟାରୀ ୨ ପର୍ଯ୍ୟନ୍ତ ରାଜ୍ୟରେ ରେଡ ଆଲର୍ଟ ଘୋଷଣା କରିଛି। ଆସନ୍ତା ୭ ଦିନ ପାଇଁ ବନ ବିଭାଗ କର୍ମଚାରୀଙ୍କ ଛୁଟିଦିନକୁ ମଧ୍ୟ ବାତିଲ କରିଦେଇଛି। ସୂଚନାଯୋଗ୍ୟ ଯେ, ରଣଥମ୍ବୋରରେ ୨୬ଟି ବାଘ ନିଖୋଜ ହେବା ପୂର୍ବରୁ ମଧ୍ୟ ତଦନ୍ତ ଜାରି ରହିଛି।

Share