Categories: ଫୁରସତ

ହ୍ବିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ

ହରିୟାଣା

ହ୍ବିଲ୍‌ଚେୟାର ସହିତ କାମ କରିବା ସାଧାରଣତଃ କଷ୍ଟକର ହୋଇଥାଏ। ହେଲେ ପଞ୍ଜାବ ଲୁଧିଆନାର ଜଣେ ମହିଳା ହ୍ବିଲ୍‌ଚେୟାର ସହିତ ନିଜ ଜୀବନକୁ ଅତ୍ୟନ୍ତ ସରଳ କରିଦେଇଛନ୍ତି। ସେ ଗତ ୫ ବର୍ଷ ମଧ୍ୟରେ ହ୍ବିଲ୍‌ଚେୟାରରେ ଏକା ସ୍ବିଜରଲାଣ୍ଡ, କାନାଡା, ଅଷ୍ଟ୍ରେଲିଆ, ଚାଇନା ଭଳି ୫୯ ଦେଶ ବୁଲି ସାରିଲେଣି। ମୁମ୍ବାଇରେ ରହୁଥିବା ୫୨ ବର୍ଷୀୟା ପର୍ବିନ୍ଦର ଚାୱଲା ଛୋଟବେଳୁ ସମସ୍ତ ସ୍ପୋଟର୍‌ସରେ ପ୍ରବୀଣ ଥିଲେ। ସେ ସାଇକେଲିଂ, ସୁଇମିଂ ଭଳି ଅନେକ ଖେଳରେ ସମସ୍ତଙ୍କଠାରୁ ଆଗୁଆ ରହୁଥିଲେ। ୧୦ମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ହାତ ମୁଠା ଖୋଲିବାରେ ତାଙ୍କୁ ଅସୁବିଧା ହୋଇଥିଲା। ଏହାପରେ ପର୍ବିନ୍ଦର କଲେଜରେ ପାଠ ପଢିବା ସମୟରେ ତାଙ୍କୁ ର୍ୟୁମେଟାଇଡ ଆର୍ଥ୍ରାଇଟିସ୍‌ ରୋଗରେ ପୀଡିତ ଥିବା ଜଣାପଡ଼ିଥିଲା। ସେବେଠାରୁ ତାଙ୍କୁ ଏକ ହ୍ବିଲ୍‌ଚେୟାରର ସାହାଯ୍ୟ ନେବାକୁ ପଡ଼ିଥିଲା। ସେ ଏଥିରେ ନ ଭାଙ୍ଗି ପଡ଼ି ମୁମ୍ବାଇରେ ନିଜ ପାଇଁ ଚାକିରି ଖୋଜି ପ୍ରାୟ ୬ ବର୍ଷ ସେଠାରେ କାମ ମଧ୍ୟ କରିଥିଲେ। ପରେ ସେ ସାଙ୍ଗମାନଙ୍କ ସହ ପ୍ରତିଦିନ କିଛି ସ୍ଥାନ ଭ୍ରମଣ କରି କିଛି ନୂଆ କରିବାକୁ ଯୋଜନା କଲେ। ହେଲେ ସାଙ୍ଗମାନେ ଚାଲିକି ଯିବାବେଳେ ସେ ହ୍ବିଲ୍‌ଚେୟାରରେ ଯିବା ଟିକେ କଷ୍ଟକର ହେଲା। ସେଥିପାଇଁ ପର୍ବିନ୍ଦର ଏକା ସବୁଆଡ଼େ ବୁଲିବାକୁ ନିଷ୍ପତ୍ତି କଲେ। ସେ ବାଲିଠାରୁ ତାଙ୍କ ପ୍ରଥମ ଏକାକୀ ଯାତ୍ରା ଆରମ୍ଭ କରିଥିଲେ। ଭ୍ରମଣ ସମୟରେ ସବୁଠାରୁ କମ୍‌ ଦାମ୍‌ ବିଶିଷ୍ଟ ଜିନିଷକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ। ଏହାପରେ ସେ ଆଉ ପଛକୁ ଫେରି ନ ଥିଲେ। ଭ୍ରମଣ ସମୟରେ ସେ ପାରାଗ୍ଲାଇଡିଂ, ସୁଇମିଂ ଭଳି ଅନେକ ଜିନିଷର ମଜା ଉଠାଇଛନ୍ତି।

Share