ଚାଇନା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି, ପିଲାଙ୍କ ଠାରେ ରହସ୍ୟମୟ ରୋଗ ବ୍ୟାପିବା ପରେ ଆମେରିକାରେ ଉଠିଲା ଦାବି

ଓ୍ବାଶିଂଟନ୍‌,୨।୧୨: ଚାଇନାରେ ପିଲାମାନଙ୍କ ଠାରେ ଏକ ଅଜ୍ଞାତ ଶ୍ୱାସକ୍ରିୟା ରୋଗ ଏବଂ ନିମୋନିଆ ବ୍ୟାପୁଛି। ଯାହାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢାଇଦେଇଛି। ବର୍ତ୍ତମାନ ଆମେରିକାର ପାଞ୍ଚଜଣ ଆଇନଜୀବୀ ଚାଇନା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ବାସ୍ତବରେ, ରିପବ୍ଲିକାନ ସାଂସଦ ମାର୍କୋ ରୁବିଓଙ୍କ ନେତୃତ୍ୱରେ ପାଞ୍ଚ ଜଣ ସାଂସଦ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକ ଚିଠି ଲେଖିଛନ୍ତି।

ଏହି ଚିଠିରେ ସାଂସଦମାନେ ଦାବି କରିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଆମେ ଏହି ନୂତନ ରୋଗର ବିପଦ ବିଷୟରେ ଅଧିକ ତଥ୍ୟ ସଂଗ୍ରହ ନ କରିବା ପର୍ଯ୍ୟନ୍ତ ତୁରନ୍ତ ଆମେରିକା ଏବଂ ଚାଇନା ମଧ୍ୟରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍‌।

ଚାଇନା ପିଲାମାନଙ୍କ ମଧ୍ୟରେ ବ୍ୟାପିଥିବା ଏହି ନୂତନ ରହସ୍ୟମୟ ରୋଗ ବିଷୟରେ ଅଧିକ ସୂଚନା ବାଣ୍ଟିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚାଇନାକୁ ନିବେଦନ କରିଛି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହା ମଧ୍ୟ କହିଛି ଯେ ଚାଇନାରେ ନୂତନ ରହସ୍ୟମୟ ରୋଗ କରୋନା ମହାମାରୀ ଆରମ୍ଭରେ ଦେଖାଯାଉଥିବା ପରି ନୁହେଁ।

Share