Categories: ଜାତୀୟ

ଦିଲ୍ଲୀ ମେଟ୍ରୋ, ଡିଟିସି ବସରେ ଠିଆ ହୋଇ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୨୧ ।୧୧: ଦିଲ୍ଲୀ-ଏନ୍‌ସିଆରରେ ବାୟୁ ପ୍ରଦୂଷଣର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ଘରୋଇ ଯାନବାହାନର ବହୁଳ ବ୍ୟବହାର ଏପଟେ ବାୟୁ ପ୍ରଦୂଷଣକୁ ଦେଖପ ଦିଲ୍ଲୀ ସରକାର ଶନିବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଏଣିକି ଦିଲ୍ଲୀ ମେଟ୍ରୋ ଓ ଡିଟିସି ବସରେ ଲୋକେ ଠିଆ ହୋଇ ଯାତ୍ରା କରିପାରିବେ । ଦିଲ୍ଲୀ ମେଟ୍ରୋରେ ୧୦୦ ପ୍ରତିଶତ ଯାତ୍ରୀଙ୍କ ପରେ ୩୦ ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ । ଏହା ପୂର୍ବରୁ କେବଳ ୧୦୦ ପ୍ରତିଶତ ଯାତ୍ରୀ ଯାତ୍ରା କରିବାର ଅନୁମତି ଥିଲା । ସେହିପରି ଡିଟିସି ଓ କ୍ଲଷ୍ଟର ବସରେ ବି ଯାତ୍ରୀମାନେ ଠିଆ ହୋଇ ଯାତ୍ରା କରିପାରିବେ । ବସରେ ୧୦୦ ପ୍ରତିଶତ ଯାତ୍ରୀଙ୍କ ପରେ ଆଉ ୫୦ ପ୍ରତିଶତ ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ବୋଲି ସରକାର ଅନୁମତି ପ୍ରଦାନ କରିଛନ୍ତି । ଆଗକୁ ଶୀତ ବଢିବାକୁ ଥିବା ବେଳେ ଦିଲ୍ଲୀର ବାୟୁ ପ୍ରଦୂଷଣ ବେଳକୁ ବେଳ ଖରାପ ହେବାରେ ଲାଗିଛି । ଏହାକୁ ଦେଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

Share