ବିମାନରେ ଏକାକୀ ବିଶ୍ୱ ଭ୍ରମଣ

ଲଣ୍ଡନ, ୨ା୮: ନିଜେ ବିମାନ ଉଡ଼ାଇ ସମଗ୍ର ବିଶ୍ୱ ବୁଲିବାରେ ବିରଳ ରେକର୍ଡ କରିବାକୁ ଯାଉଛନ୍ତି ବେଲ୍‌ଜିୟମ-ବ୍ରିଟିଶ ନାଗରିକ ଜାରା ରଦରଫୋର୍ଡ। ୧୯ ବର୍ଷୀୟା ଜାରା ଆସନ୍ତା ୧୧ ତାରିଖରେ ବିଶ୍ୱର ଦ୍ରୁତତମ ମାଇକ୍ରୋଲାଇଟ୍‌ ତଥା ତାଙ୍କ ଶାର୍କ ଅଲ୍‌ଟ୍ରାଲାଇଟ୍‌ ବିମାନରେ ୫୧,୦୦୦ କି.ମି. ଯାତ୍ରାରେ ବାହାରିବେ। ଏହା ସମ୍ପୂର୍ଣ୍ଣ ହେବା ପରେ ଏକ ମାଇକ୍ରୋଲାଇଟ୍‌ ଚଳାଇ ଏକାକୀ ବିଶ୍ୱ ବୁଲିବାରେ ସେ ସର୍ବକନିଷ୍ଠ ମହିଳା ହେବେ। ପୂର୍ବରୁ ଏହି ରେକର୍ଡ ଶାୟେସ୍ତା ଓ୍ବାଇଜ୍‌ଙ୍କ ନାଁରେ ରହିଛି। ୩୦ ବର୍ଷ ବୟସରେ ଶାୟେସ୍ତା ବିଶ୍ୱ ଭ୍ରମଣ କରିଥିଲେ। ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମାଥମେଟିକ୍ସ (ଏସ୍‌ଟିଇଏମ୍‌)ରେ ମହିଳାଙ୍କ ନିମନ୍ତେ ଏହା ମାର୍ଗ ପ୍ରଶସ୍ତ କରିବ। ଅନ୍ୟମାନଙ୍କୁ ସେ ଅନୁପ୍ରାଣିତ କରିବେ ବୋଲି ଜାରା ଆଶା କରିଛନ୍ତି। ଜାରା କହିଛନ୍ତି, ପୁରୁଷ ଓ ମହିଳାଙ୍କ ବିମାନ ଚଳାଚଳରେ ପାର୍ଥକ୍ୟ ରହିଥିବା ସଭିଏ କୁହନ୍ତି। କିନ୍ତୁ ଏପରି କରି ସେ ଏହି ତାରତମ୍ୟକୁ ହ୍ରାସ କରିବାକୁ ଚେଷ୍ଟା କରିଛନ୍ତି। ଜାରାଙ୍କ ମା’ ବିଟ୍ରିସ୍‌ ଡି ସ୍ମେଟ୍‌ ଏବଂ ବାପା ସାମ୍‌ ରଦରଫୋର୍ଡ ମଧ୍ୟ ପ୍ରଫେସନାଲ ପାଇଲଟ୍‌।

Share