Categories: ଗଞ୍ଜାମ

‘ସ୍ବାସ୍ଥ୍ୟ ପାଇଁ ଚାଲନ୍ତୁ’ ବାର୍ତ୍ତା ନେଇ ଭାରତ ଭ୍ରମଣ

ବ୍ରହ୍ମପୁର ଅଫିସ୍‌,୯।୫: ‘ସ୍ବାସ୍ଥ୍ୟ ପାଇଁ ଚାଲନ୍ତୁ’ ବାର୍ତ୍ତା ନେଇ କେରଳ ପଟ୍ଟାୟମର ଦମ୍ପତି ଭାରତ ଭ୍ରମଣରେ ବାହାରି ରବିବାର ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏହି ଦମ୍ପତିଙ୍କୁ ସହରର ଫାଷ୍ଟ ଗେଟ ଆସିକା ରୋଡ ସ୍ଥିତ ପାଣିଗ୍ରାହୀ ନଗରଠାରେ ଆଇନଜୀବୀ ଏସ. ତମନ୍ନା ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଭାରତ ଭ୍ରମଣରେ ବାହାରିଥିବା ବେନି କେ ଓ ମୂରଲୀ ବେନି ହେଉଛନ୍ତି ଅବସର ପ୍ରାପ୍ତ ଶିକ୍ଷକ। ଏମାନେ ଡିସେମ୍ବର ୧ରୁ କନ୍ୟାକୁମାରୀରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୬ଟି ରାଜ୍ୟକୁ ମିଶାଇ ପ୍ରାୟ ୬ହଜାର କିଲୋମିଟର ଭ୍ରମଣ କରିଛନ୍ତି। ଏଭଳି ଭାବେ ୯ ହଜାର କିଲୋମିଟର ଚାଲିବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଆସନ୍ତା ଜୁଲାଇରେ ଯାତ୍ରା ସାରିବା ପାଇଁ ଲକ୍ଷ୍ୟ ରଖିଥିବା ମୂରଲୀ ବେନି କହିଛନ୍ତି।