Categories: ଫୁରସତ

୪୪ ଘଣ୍ଟାରେ ବୁଲିଲେ ୪୮ ରାଜ୍ୟ

 

ୱାଶିଂଟନ୍‌: ଅନେକ ଲୋକ ବୁଲିବାକୁ ବହୁତ ପସନ୍ଦ କରିଥାଆନ୍ତି। ଯେପରି କମ୍‌ ଖର୍ଚ୍ଚରେ ଅଧିକ ନୂଆ ନୂଆ ଜାଗା ବୁଲିହେବ, ସେପରି ଉପାୟ ମଧ୍ୟ ବାହାର କରିଥା’ନ୍ତି। ନିକଟରେ ୨ ଜଣ ବ୍ୟକ୍ତି ଏପରି କରିଛନ୍ତି। ୨ ପାଇଲଟ୍‌ ଓ ଟେକ୍ନିସିଆନ୍‌ଙ୍କ ଯୋଡ଼ି ୬ ସିଟ୍‌ବାଲା ବିମାନରେ ୪୪ ଘଣ୍ଟା ଭିତରେ ଆମେରିକାର ୪୮ଟି ରାଜ୍ୟ ବୁଲି ରେକର୍ଡ କରିଛନ୍ତି। ଡେଲ୍ଟା ଏ-୩୫୦ର କ୍ୟାପ୍‌ଟେନ ବେରି ବେନ୍‌ଫେଲ୍ଟ କହିଛନ୍ତି, ସେ ୪୮ ଘଣ୍ଟାରେ ୪୮ ରାଜ୍ୟରେ ଲ୍ୟାଣ୍ଡ କରିବାକୁ ଲକ୍ଷ୍ୟ ରଖିଥିଲେ। ତାଙ୍କୁ ଜଣେ ସହ-ପାଇଲଟ୍‌ଙ୍କ ଆବଶ୍ୟକତା ରହିଥିଲା। ଡେଲ୍ଟା ଏ-୩୨୧ର ପାଇଲଟ୍‌ ଆରୋନା ୱିଲଶନ୍‌ ତାଙ୍କ ସହ ପାଇଲଟ୍‌ ଭାବରେ ଯୋଗଦେଲେ। ବେରିଙ୍କ ସହ ନୌସେନା କାମ କରୁଥିବା ରିପେୟାର ଟେକ୍ନିସିଆନ୍‌ ଥୋମାସ୍‌ ତ୍ୱିଡିଙ୍କୁ ନେଇ ସେମାନେ ମିଶନରେ ବାହାରି ପଡ଼ିଲେ। ୨ ପାଇଲଟ୍‌ ବେରି, ଆରୋନା ଏବଂ ଜଣେ ଟେକ୍ନିସିଆନ ଥୋମାସ୍‌ ୬ ସିଟ୍‌ବାଲା ୧୯୮୦ ପିଏ୩୨ଆର୍‌ ପିପର ସାରାଟୋଗାରେ ଯାତ୍ରା ଆରମ୍ଭ କଲେ। ଏଥିପାଇଁ ପୂର୍ବରୁ ବେରି ୪୭ ରାଜ୍ୟକୁ ଯିବା ପାଇଁ କମ୍‌ ରାସ୍ତା ସ୍ଥିର କରିଥିଲେ। ଟିମ୍‌ ୪୮ ଘଣ୍ଟା ଲକ୍ଷ୍ୟ ରଖିଥିବାବେଳେ ସେମାନେ ୪୪ ଘଣ୍ଟା ୭ ମିନିଟ୍‌ରେ ତାଙ୍କ ଯାତ୍ରା ଶେଷ କରିଥିଲେ। ସେମାନେ ବିଭିନ୍ନ ରାଜ୍ୟର ବିମାନବନ୍ଦରରେ ଓହ୍ଲାଇ ସେଠାରେ ବିମାନରେ ହସ୍ତାକ୍ଷର କରି ପୁଣି ବାହାରି ପଡୁଥିଲେ ଅନ୍ୟ ରାଜ୍ୟ ପାଇଁ। ସେମାନେ ପ୍ରଥମେ ବେରିନ ସ୍ପ୍ରିଙ୍ଗ୍ସ ପାଇଁ ଉଡ଼ାଣ ଭରିଥିଲେ। ପୂରା ଯାତ୍ରା ସମୟରେ ଲୋକେ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଆରୋନା କହିଛନ୍ତି, ତାଙ୍କର ଏହି ଯାତ୍ରା ସବୁଠୁ ସୁନ୍ଦର, ମନେରହିଲା ଭଳି ଥିଲା। ସେ ଏକ ସମୟରେ ସୂର୍ଯ୍ୟୋଦୟକୁ ବହୁ ପାଖରୁ ଦେଖିଥିବା କହିଥିଲେ।

Share