ଅଟୋରେ ମୁମ୍ବାଇ ବୁଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନ୍‌ ଅଟୋ ରିକ୍ସାରେ ବସି ମୁମ୍ବାଇ ବୁଲିଛନ୍ତି। ତେବେ ଏହାର ଭିଡିଓ ବରୁଣ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଅଟୋରେ ବସି ବରୁଣ ମୁମ୍ବାଇର ସୁନ୍ଦରତାକୁ ଉପଭୋଗ କରୁଥିବାବେଳେ ରାସ୍ତାକଡ଼ରେ ଥିବା ଲୋକଙ୍କୁ ଦେଖି ହସୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ବରୁଣ ନିଜେ କ୍ୟାପ୍‌ଚର କରିଥିବା କୁହାଯାଉଛି।
ବରୁଣ ଧଓ୍ବନ ୨୦୧୨ରେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏଥିରେ ଆଲିଆ ଭଟ ଏବଂ ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ସ୍କ୍ରିନ୍‌ ଶେୟାର କରିଥିବାର ଦେଖାଯାଇଥିଲା। ଆଗାମୀ ଦିନରେ ବରୁଣଙ୍କ ‘ଭେଡିଆ’ ରିଲିଜ୍‌ ହେବ।

Share