ମାଗଣାରେ ବିଦେଶ ବୁଲୁଛନ୍ତି

ଲଣ୍ଡନ: ଅନେକ ଲୋକ ବୁଲିବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ତେବେ ନିକଟରେ ଜଣେ ମହିଳା ତାଙ୍କ ସ୍ବପ୍ନ ରାଇଜରେ ବଞ୍ଚୁଛନ୍ତି। ସେ ତାଙ୍କର ଅଧିକାଂଶ ସମୟ ଦେଶ ବିଦେଶରେ ବିତାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ତାଙ୍କୁ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁନି। ଲଣ୍ଡନ ବାସିନ୍ଦା ୩୦ ବର୍ଷୀୟା ମେଲି ମେୟର ବିମାନ ଯାତ୍ରା କରିବା ସହ ହୋଟେଲରେ ବିନା ମୂଲ୍ୟରେ ରହୁଛନ୍ତି। ତେବେ ଏପରି କିପରି କରୁଛନ୍ତି ସେନେଇ ସେ କହିଛନ୍ତି। ରିପୋର୍ଟ ମୁତାବକ, କିଛିବର୍ଷ ଆଗରୁ ମେଲି ଚାଇନାର ହିଲ୍‌ଟନ ହୋଟେଲରେ ଇଭେଣ୍ଟ ମ୍ୟାନେଜର ଥିଲେ। ପରେ କରୋନା ମହାମାରୀ ସମୟରେ ସେହି ହୋଟେଲ ୨ ବର୍ଷ ଧରି ବହୁ କ୍ଷତି ସହିଥିଲା। ସେ ସମୟରେ ଅନ୍ୟମାନଙ୍କ ଭଳି ମେଲିଙ୍କୁ ମଧ୍ୟ ଚାକିରି ଛାଡ଼ିବାକୁ ପଡ଼ିଥିଲା। ସେ ସମୟରେ ମେଲିଙ୍କ ସୋସିଆଲ ମିଡିଆରେ ଇନ୍‌ଫ୍ଲ୍ୟୁଏନ୍ସର ହୋଇଥିଲେ। ପରେ ତାଙ୍କୁ ନ୍ୟାଶନାଲ ସୋସିଆଲ ମିଡିଆ ପୁରସ୍କାରରେ ସର୍ବଶ୍ରେଷ୍ଠ କଣ୍ଟେଣ୍ଟ କ୍ରିଏଟର ୨୦୨୨ ଜିତିଗଲେ। ଏଥିସହ ତାଙ୍କୁ ମାଗଣାରେ କ୍ରୁଜ୍‌ ଟ୍ରିପ ମିଳିଗଲା।

Share