କୁହାଯାଏ ଗର୍ଭବତୀମାନେ ସବୁବେଳେ ଅଧିକ ଖୁସିରେ ରହିବା ଆବଶ୍ୟକ। କାରଣ ଏହାର ପ୍ରଭାବ ଜନ୍ମିତ ଶିଶୁ ଉପରେ ପଡିଥାଏ। ସେଥିପାଇଁ ଅନ୍ତଃସତ୍ତ୍ୱାମାନଙ୍କୁ ଖୁସିରେ ରଖାଯାଇଥାଏ। ତେଣୁ ସେମାନଙ୍କୁ ଖୁସିରେ ରଖିବା ପାଇଁ ଦୂର ଜାଗାକୁ ନେବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ …
– ଯଦି ଆପଣ ଗର୍ଭବତୀ ଅଛନ୍ତି ଏବଂ କେଉଁଠିକି ଏକୁଟିଆ ବୁଲିଯିବାକୁ ଚାହୁଁଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡାକ୍ତର କହିଲେ ଏକା ଯାଆନ୍ତୁ, ନଚେତ କାହାକୁ ସାଙ୍ଗରେ ନେଇଯାଆନ୍ତୁ।
– ଯଦି ଗର୍ଭଧାରଣକୁ ୪ କିମ୍ବା ୫ ମାସ ହୋଇଥାଏ, ତେବେ ଟ୍ରେନରେ ଯାତ୍ରା କରିବା ସମୟରେ ଶୋଇବା ପାଇଁ ତଳ ସିଟ୍ ରିଜର୍ଭେଶନ କରନ୍ତୁ । କାରଣ ଏପରି କରିବା ଫଳରେ ଉପରକୁ ଚଢ଼ିବାକୁ ପଡ଼ି ନ ଥାଏ।
– ଡାକ୍ତରଙ୍କ ପରାମର୍ଶ ନେବା ସମୟରେ ଏକ ଡାଇଟ୍ ଚାଟ ପ୍ରସ୍ତୁତ କରନ୍ତୁ। କେତେବେଳେ କ’ଣ ଖାଇବେ ତାହା ସାଥିରେ ଧରି ଯାଆନ୍ତୁ।
ଏହି ସମୟରେ ନିଜ ରୁଚିର ଏକ ବହି ପାଖରେ ରଖିଥାନ୍ତୁ। ବିରକ୍ତ ଲାଗିବା ସମୟରେ ପଢ଼ିପାରିବେ।