ବିନା ପରମିଟ୍‌ରେ ଯାତ୍ରା କରିବା ପଡିଲା ମହଙ୍ଗା: ୧୦ ହଜାର ଜରିମାନା

କୋରାପୁଟ,୧୬।୨(ସ୍ବ.ପ୍ର): କୋରାପୁଟ ଜିଲା ଦେଇ କେତେକ ଘରୋଇ ବସ୍‌ ବିନା ପରମିଟ୍‌ରେ ଯାଉଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗକୁ ଭିତ୍ତି କରି ଗୁରୁବାର କୋରାପୁଟ ପରିବହନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଥିସହ ଏକ ଘରୋଇ ବସ୍‌ରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଗତ କିଛି ଦିନ ତଳେ ଏକ ଘରୋଇ ବସକୁ ପରିବହନ ବିଭାଗ ସେମିଳିଗୁଡାଠାରେ ଜବତ କରିଥିବାବେଳେ ଗୁରବାର ବିନା ପରମିଟ୍‌ରେ ଭୁବନେଶ୍ୱରରୁ ଜୟପୁର ଯାଉଥିବା ଓଡି-୦୨ବିଜି-୦୭୫୭ ଏକ ଘରୋଇ ବସ୍‌କୁ ସୁନାବେଡା ବସଷ୍ଟାଣ୍ଡଠାରେ କୋରାପୁଟ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା ା ପରିବହନ ବିଭାଗ ଗାଡି ଦେଖି ବସ୍‌ ଡ୍ରାଇଭର ଫେରାର ହୋଇଯାଇ ଥିବାବେଳେ ବିନା ପରମିଟ୍‌ରେ ବସ୍‌ ଚଳାଚଳ କରୁଥିବା ଜଣାପଡିଛି। ଅନ୍ୟପକ୍ଷେ,ବସ୍‌ରେ ଥିବା ଯାତ୍ରୀମାନେ ଅନ୍ୟ ଏକ ବସ୍‌ରେ ଜୟପୁର ଯାଇଥିଲେ। ବିନା ପରମିଟ୍‌ରେ ବସ୍‌ଟି ଚଳାଚଳ କରୁଥିବାରୁ ୧୦ ହଜାର ଟଙ୍କା ଜରିମାନା କରାଯାଇଥିବା ଏଆରଟିଓ ତପନ କୁମାର ବେଟି ସୂଚନା ଦେଇଛନ୍ତି।

Share