Posted inଖେଳ

ବୁମ୍‌ରାଙ୍କୁ ନେଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ଛନକା, ଟ୍ରାଭିସ ହେଡ୍‌ କହିଲେ…

ଆଡିଲେଡ,୨୮।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯାଇଥିଲା। ଏଥିରେ ଆୟୋଜକ ଟିମ୍‌କୁ ୨୯୫ ରନ୍‌ରେ ପରାଜିତ ହେବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆର ଏହି ହାର୍‌ର ସ୍କ୍ରିପ୍ଟ ଜସପ୍ରିତ୍‌ ବୁମ୍‌ରା ଲେଖିଥିଲେ। ସେ ମ୍ୟାଚ୍‌ରେ ୫ ଉଇକେଟ ନେଇଥିଲେ। ଏହାପରଠାରୁ କଙ୍ଗାରୁ ଟିମ୍‌ରେ ବୁମ୍‌ରାଙ୍କୁ ନେଇ ଛନକା ପଶିଛି। ଏବେ ଟ୍ରାଭିସ ହେଡ୍‌ ବୁମ୍‌ରାଙ୍କ ସାମ୍ନା କରିବାକୁ ଚାହୁଁ ନ ଥିବା ପରୋକ୍ଷରେ କହିଛନ୍ତି। ଏବିସି ସ୍ପୋର୍ଟ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଭିଡିଓରେ କେଉଁ ଖେଳାଳିଙ୍କୁ ସେମାନେ ଦଳରେ ରଖିବାକୁ ଚାହୁଁଥିବା ପଚରାଯାଇଥିଲା। ଏଥିରେ ଟ୍ରାଭିସଙ୍କ ବୁମ୍‌ରାଙ୍କୁ ନେଇ ଥିବା ଭୟ ପଦାକୁ ଆସିଛି।

ଅଷ୍ଟ୍ରେଲିୟ ଖେଳାଳି ଲାୟନ, କୈରୀ, ମାର୍ଶ, ମାକ୍ସଓ୍ବେଲ ପ୍ରମୁଖ କୋହଲିଙ୍କ ନାଁ ନେଇଥିଲେ। ଷ୍ଟିଭ ସ୍ମିଥ୍‌ ବୁମ୍‌ରାଙ୍କ ନାଁ ନେଇଥିଲେ। ହେଲେ ଟ୍ରାଭିସ ବୁମ୍‌ରାଙ୍କ ନାଁ ନେଇ କହିଥିଲେ ଯେ ଏପରି ହେଲେ ତାଙ୍କ ବିପକ୍ଷରେ ଆଉ ଖେଳିବାକୁ ପଡ଼ିବ ନାହିଁ। ଏଥିରୁ ସେ କିଭଳି ଭାବେ ତାଙ୍କ ବୋଲିଂକୁ ଡରୁଛନ୍ତି ତାହା ସ୍ପଷ୍ଟ ହୋଇଛି।

କହିରଖୁଛୁ, ପର୍ଥ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୧୫୦ ରନ୍‌ରେ ଅଲଆଉଟ ହୋଇଥିଲା। ହେଲେ ପରେ ବୁମରା କଙ୍ଗାରୁ ଟିମ୍‌ର ଖେଳାଳିଙ୍କୁ ଅଡୁଆରେ ପକାଇଥିଲେ। ଫଳରେ ଦଳ ୧୦୪ ରନରେ ଅଲଆଉଟ ହୋଇଥିଲା। ବୁମରା ପ୍ରଥମ ଇନିଂସରେ ମାତ୍ର ୩୦ ରନ ଦେଇ ୫ ଉଇକେଯ ନେଇଥିଲେ। ଦ୍ୱିତୀୟ ଇନିଂସରେ କଙ୍ଗାରୁ ଟିମ୍‌ର ଖେଳାଳିମାନେ ସଂଘର୍ଷ କରୁଥିବା ଦେଖାଯାଇଥିଲା। ବୁମ୍‌ରା ହେଡ୍‌ଙ୍କୁ ମଧ୍ୟ ୮୯ ରନ୍‌ରେ ଆଉଟ୍‌ କରିଥିଲେ। ଏବେ ଆଡିଲେଡ୍‌ ଟେଷ୍ଟ ପୂର୍ବରୁ ପୁଣି ଥରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ମନରେ ବୁମ୍‌ରାଙ୍କୁ ନେଇ ଡର ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୧ା୪(ଅଜିତ କୁମାର ମହାନ୍ତି): ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା...

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ଆଇପିଏଲରେ ଅଭୂତପୂର୍ବ କୃତିତ୍ୱ ହାସଲ କଲେ ବିରାଟ କୋହଲି, ପଛରେ ପଡିଲେ ଡେଭିଡ ଓ୍ୱାର୍ଣ୍ଣର

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ୨୦୨୫ ମ୍ୟାଚରେ ନିଜ ନାମରେ ଏକ...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

Video: ପଞ୍ଜାବ ବିପକ୍ଷରେ ବିଜୟ ପରେ ଶ୍ରେୟସ ଆୟାରଙ୍କୁ ଉପହାସ କଲେ ବିରାଟ କୋହଲି

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁଲ୍ଲାନପୁରରେ ପଞ୍ଜାବ କିଙ୍ଗସ (ପିବିକେଏସ)କୁ ୭ ୱିକେଟରେ ପରାସ୍ତ କରିଛି। ଜିତେଶ ଶର୍ମାଙ୍କର ମ୍ୟାଚ୍ ବିଜୟୀ ଛକା...

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

ନୂତନ ରାଶନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image