Posted inଖେଳ

ଅଷ୍ଟ୍ରେଲିଆ ଟିମ୍‌ରେ ଫାଟ! ଏବେ ଡ୍ରେସିଂ ରୁମ୍‌କୁ ନେଇ ମୁହଁ ଖୋଲିଲେ…

ପର୍ଥ,୨।୧୨: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆ ଟିମ୍‌କୁ ଶୋଚନୀୟ ଭାବେ ପରାଜିତ କରିଥିଲା। ଯେଉଁ ମଇଦାନରେ ଅଷ୍ଟ୍ରେଲିଆ କେବେ ବି ପରାଜିତ ହୋଇ ନ ଥିଲା, ସେଠାରେ ୨୯୫ ରନ୍‌ ବ୍ୟବଧାନରେ ହାରିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏସବୁ ମଧ୍ୟରେ ଜୋଶ ହାଜଲଉଡ୍‌ ଖବରଦାତା ସମ୍ମିଳନୀରେ ବିସ୍ଫୋରକ ବୟାନ ଦେଇଥିଲେ। ଏହାପରେ ଅଷ୍ଟ୍ରେଲିୟ ଭେଟେରାନ ଆଡାମ ଗିଲକ୍ରିଷ୍ଟ ଦଳରେ ଫାଟ ସୃଷ୍ଟି ହୋଇଥିବା ଦାବି କରିଥିଲେ। ଏବେ ଏହି ଦାବି ନେଇ ଟ୍ରାଭିସ୍‌ ହେଡ୍‌ ପ୍ରତିକ୍ରିୟା ରଖିଛନ୍ତି।

ଅଷ୍ଟ୍ରେଲିଆ ଟିମ୍‌ ଏବେ ଚାପରେ ରହିଛି। ଦଳର ନଜର ଆଡିଲେଡରେ ହେବାକୁ ଥିବା ଟେଷ୍ଟରେ ବିଜେତା ହେବା ଉପରେ ରହିଛି। ଏହା ପୂର୍ବରୁ ତାଙ୍କୁ ଖେଳାଳିଙ୍କ ମଧ୍ୟରେ ଫାଟକୁ ନେଇ ପ୍ରଶ୍ନ କରାଯାଇଥିଲା। ଡ୍ରେସିଂ ରୁମ୍‌ରେ କୌଣସି ପ୍ରକାର ବିବାଦ ନଚେତ ଫାଟର ଖବର ମିଥ୍ୟା। ଖେଳାଳିଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ। ସବୁ ଖେଳାଳି ପରସ୍ପର ସହ ସମୟ ବିତାଉଛନ୍ତି। ଦେଖିବାକୁ ଗଲେ ଅଷ୍ଟ୍ରେଲିଆ ଟିମ୍‌ ପାଇଁ ଏକ ଖରାପ ସପ୍ତାହ ଥିଲା। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଦଳ ପ୍ରତ୍ୟାବର୍ତ୍ତନର ନୂଆ ରାସ୍ତା ଖୋଜୁଛି ବୋଲି ସେ କହିଛନ୍ତି।

ହେଡ୍‌ ଡ୍ରେସିଂ ରୁମ୍‌ ସତକୁ ନେଇ କହିଛନ୍ତି, ଅନ୍ୟ ବ୍ୟାଟ୍ସମ୍ୟାନ ମୋତେ କୌଣସି ପ୍ରକାର ବ୍ୟାଟିଂ ଟିପ୍ସ ଦେବାକୁ ଆସୁନାହାନ୍ତି। ସମସ୍ତଙ୍କ ଖେଳିବାର ନିଜସ୍ବ ପଦ୍ଧତି ରହିଛି। ଆମେ ସବୁ ପରସ୍ପରର ସମର୍ଥନ କରୁଛୁ। ଆମ ମଧ୍ୟରେ ଆଗାମୀ ୩-୪ ଦିନ ଯାଏ ପରିବର୍ତ୍ତନ ନେଇ ଚର୍ଚ୍ଚା ହେବ। ଆମ ପାଇଁ କେବଳ ୧ ସପ୍ତାହ ଖରାପ ଥିଲା। ଏଥିରୁ କିଛି ଫରକ ପଡେନା। ଏବେ ଭଲ ପ୍ରଦର୍ଶନ ପାଇଁ ୪ ସୁଯୋଗ ରହିଛି। ପୂର୍ବ ଭଳି ଆମେ କିଛି ନୂଆ ଉପାୟ ଚିନ୍ତା କରିବୁ ବୋଲି ସେ କହିଛନ୍ତି।

କହିରଖୁଛୁ, ପର୍ଥ ଟେଷ୍ଟରେ ପରାଜୟ ପରେ ଅଷ୍ଟ୍ରେଲିଆର ଅନେକ ବରିଷ୍ଠ ଖେଳାଳି ଖପ୍ପା ଥିଲେ। ସେମାନେ ପ୍ୟାଟ୍‌ କମିନ୍ସ ଏବଂ ତାଙ୍କ ଟିମ୍‌ର ସମାଲୋଚନା କରିଥିଲେ। ହାଜଲଉଡ୍‌ଙ୍କୁ ପଚରାଯିବାରେ ସେ ଏହି ପ୍ରଶ୍ନ କୌଣସି ବ୍ୟାଟ୍ସମ୍ୟାନଙ୍କୁ ପଚାରଚନ୍ତୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ ବିବାଦରୁ ଗଣ୍ଡଗୋଳ: ଗୋଟିଏ ପରିବାରର ୩ ଆହତ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ ତୁରୁମୁରେ ଦୁଇ ପରିବାର ମଧ୍ୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଏଥିରେ ଗୋଟିଏ ପରିବାରର...

ବାରମ୍ବାର ମିଛ କହୁଛନ୍ତି ତହଉର ରାଣା, ଏବେ NIA ନେବ ଏହି ଆକ୍ସନ

ନୂଆଦିଲ୍ଲୀ,୧୨।୪: ଜାତୀୟ ତଦନ୍ତ ସଂସ୍ଥା (NIA) ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ନିରନ୍ତର ପଚରାଉଚରା କରୁଛି। ଫୋନରେ କଥା ହେଉଥିବା...

କନ୍ଧମାଳର ଟୁଇଟର ମ୍ୟାନ ହେଲେ ସମ୍ମାନିତ

ଜି.ଉଦୟଗିରି,୧୨ା୪(ଚିନ୍ମୟ କୁମାର ସେଠୀ)-ଓଡ଼ିଶାର ଏକ ସାମାଜିକ ସଂଗଠନ ଆସୋସିଏଶନ ଅଫ ଟୁଇଟର ଆକ୍ଟିଭିଷ୍ଟ (ଏଟିଏ) ତରଫରୁ ପୁରୀଠାରେ ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ...

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଖଲ୍ଲିକୋଟ,୧୨।୪,(ପ୍ରଶାନ୍ତ କୁମାର ମିଶ୍ର): ବାଲୁଗାଁ ଷ୍ଟେଶନରେ ଶନିବାର ମଧ୍ୟାହ୍ନରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଟ୍ରେନଟି ପଲାସାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା...

ପୁଣି ଦାଦନ ଦୁଃଖ, ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଖଲ୍ଲିକୋଟ,୧୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ପାଟଣା ସାହିର ମୂଳିଆ ସାହୁଙ୍କ ପୁଅ ସୁରଥ ସାହୁ (୪୨) କାମ କରିବା...

ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨ା୪: ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ...

ଅଚାନକ ଦେଓମାଳି ଗସ୍ତ କରି ପରିବେଶ ସ୍ବଚ୍ଛତା ନେଇ ତଦାରଖ କଲେ ଜିଲାପାଳ-ଆରକ୍ଷୀ ଅଧିକ୍ଷକ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ରାଜ୍ୟର ପରିଚୟ ଭାବେ ପରିଚିତ ସର୍ବବୃହତ ପର୍ବତ ତଥା ପର୍ଯ୍ୟଟନ ସ୍ଥଳୀ ଦେଓମାଳି କିପରି ସୁରକ୍ଷିତ ରହିବା...

ଯନ୍ତ୍ରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ

ଆସିକା, ୧୨ା୪ (ସୁରେନ୍ଦ୍ର ନାଥ ସାହୁ) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କ ଆସିକା ତାଲୁକାରୋଡ଼ସ୍ଥିତ ପୈତୃକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image