Categories: ଖେଳ

ନେଟ୍ସରେ ଅଭ୍ୟାସ କଲେ ଅଷ୍ଟ୍ରେଲିଆର ଟ୍ରାଭିସ୍‌ ହେଡ୍‌

ଲକ୍ଷ୍ନୌ,୧୫ା୧୦: (୦୩) ଅଷ୍ଟ୍ରେଲିଆର ଟ୍ରାଭିସ୍‌ ହେଡ୍‌ ରବିବାର ନେଟ୍ସକୁ ଫେରି ଅଭ୍ୟାସ କରିଛନ୍ତି। ବାମ ହାତରେ ଫାକ୍ଚର କାରଣରୁ ଅଭ୍ୟାସରୁ ଦୂରେଇ ରହିଥିବା ହେଡ୍‌ ଆସନ୍ତା ସପ୍ତାହରେ ଅଷ୍ଟ୍ରେଲିଆ ବିଶ୍ୱକପ ଦଳରେ ସାମିଲ ହେବା ଆଶା କରାଯାଉଛି।

ବିଶ୍ୱକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ହେଡ୍‌ଙ୍କ ବାମହାତରେ ଆଘାତ ଲାଗିଥିଲା। ଫଳରେ ହାତ ଫାକ୍ଚର ହୋଇଯାଇଥିଲା। ରବିବାର ତାଙ୍କ ହାତରୁ କାଷ୍ଟ କଢା ଯାଇଥିବା ଦେଖିବାକୁ ମିଳିଛି। ଆସନ୍ତା ୨୫ ତାରିଖରେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍‌ରେ ଟ୍ରାଭିସ୍‌ ପ୍ରତ୍ୟାବର୍ତ୍ତନ କରିବା ଆଶା କରାଯାଉଛି।

Share