Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୯: ଦିନିକିଆ ବିଶ୍ୱକପ୍‌ ୨୦୨୩ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା ଲାଗିଛି। ବାମ ହାତରେ ଆଘାତ କାରଣରୁ ବ୍ୟାଟ୍ସମ୍ୟାନ୍‌ ଟ୍ରାଭିସ୍‌ ହେଡ୍‌ ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଖେଳିପାରିବେ ନାହିଁ। ସେହିଭଳି ବାକି ମ୍ୟାଚ୍‌ରେ ମଧ୍ୟ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହାଦ୍ୱାରା ଫର୍ମରେ ଥିବା ମାର୍ନସ ଲାବୁସେନଙ୍କ ଖେଳିବା ଲାଗି ବାଟ ଫିଟିଛି।

ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଦିନିକିଆରେ ଦ୍ରୁତ ବୋଲର ଗେରାଲ୍ଡ କୋତ୍ଜିଙ୍କ ବଲ ହେଡ୍‌ଙ୍କ ବାମହାତରେ ବାଜିଥିଲା। ଏଥିରେ ସେ ଆହତ ହୋଇଥିବା କାରଣରୁ ଶୁକ୍ରବାର ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ତେବେ ତାଙ୍କୁ ଅପରେଶନର ଆବଶ୍ୟକତା ନ ଥିବା କୁହାଯାଉଛି।

Share