ଜୁଆଡ଼ି ଘାଟିରେ ଓଲଟିଲା ଟ୍ରଲର: ୭ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୧ା୪(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଜପଥ ୪୯ର ଜୁଡିଆ ଘାଟିରେ ମଙ୍ଗଳବାର ଏକ ଲୁହା ଫ୍ରେମ୍‌ ବୋଝେଇ ଟ୍ରଲର ସିଜେ (୦୭ ସିଏ ୪୮୩୭) ଓଲଟି ପଡ଼ିଛି।
ଏ ନେଇ ଗୋଟିଏ ପାର୍ଶ୍ୱରେ ୭ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପରେ ପୋଲିସ ଓ ଜାତୀୟ ରାଜପଥ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କମ୍ପାନୀ ପହଞ୍ଚି ହାଇଡ୍ରା ସାହାଯ୍ୟରେ ଟ୍ରଲର ଉଠାଇବା ପରେ ଅପରାହ୍ନରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ସ୍ବଭାବିକ ହୋଇଛି।
ସୂଚନାଯୋଗ୍ୟ, ଉକ୍ତ ଟ୍ରଲର ରାୟପୁରରୁ ଲୁହା ଫ୍ରେମ ନେଇ କେନ୍ଦୁଝର ଦେଇ କଲକିତା ଯାଉଥିବାବେଳେ ଜୁଡିଆ ଘାଟିର ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗାଡିର ଚାଲକ ଓ ହେଲ୍‌ପର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।