ଇମ୍ରାନ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଖାରଜ

ଇସଲାମାବାଦ,୧୨ା୪: ପାକିସ୍ତାନର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବଂ ଅନ୍ୟ ପୂର୍ବତନ ମନ୍ତ୍ରୀଙ୍କ ନାଁରେ ଆସିଥିବା ଦେଶଦ୍ରୋହ ମାମଲାକୁ ଇସ୍‌ଲାମାବାଦ ହାଇକୋର୍ଟ ଖାରଜ କରିଛନ୍ତି। ଏହା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ ବିଚାରପତି ଅଥର ମିନାଲ୍ଲା କହିବା ସହ ଆବେଦନକାରୀ ମୌଲବୀ ଇକ୍‌ବାଲ ହାଇଦରଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଏଥିସହ ଇମ୍ରାନ୍‌ ଏବଂ ପୂର୍ବତନ ମନ୍ତ୍ରୀଙ୍କୁ ନୋ-ଫ୍ଲାଏ ଲିଷ୍ଟରେ ରଖିବାକୁ ହୋଇଥିବା ଆବେଦନ ସହ ଇମ୍ରାନ୍‌ଙ୍କ ସରକାର ଭାଙ୍ଗିବା ପଛରେ ବିଦେଶୀ ଷଡ଼ଯନ୍ତ୍ରର ତଦନ୍ତ ନିମନ୍ତେ ପାଇଁ ଦାଖଲ ପିଟିଶନକୁ ମଧ୍ୟ ଖାରଜ କରିଦିଆଯାଇଛି।

Share