ତେଲକୋଇ,୧୮।୩ (ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ଚର୍ଚ୍ଚାରେ ଥିବା ବାର୍ହା ଧୁଡୁର ଚିକିତ୍ସା କରାଯାଇଛି। ଜଙ୍ଗଲରେ ୯ ଦିନ ରହିବା ପରେ ଜନପଦକୁ ଫେରିଥିବା ଧୁଡୁକୁ କେନ୍ଦୁଝର ଫରେଷ୍ଟ ଡିଭିଜନ ପକ୍ଷରୁ ଚିକିତ୍ସା କରାଯାଇଛି। ଜିଲା ବନ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଫରେଷ୍ଟ ଡିଭିଜନର ଡା. ନନ୍ଦିତା ମିଶ୍ରଙ୍କ ସମେତ ତେଲକୋଇ ପ୍ରାଣୀ ଚିକିତ୍ସକ ଓ ସମସ୍ତ କର୍ମଚାରୀ ପୁରୁଷୋତ୍ତମପୁର ଗ୍ରାମରେ ପହଞ୍ଚି ଧୁଡୁର ଚିକିତ୍ସା କରିଥିଲେ। ଧୁଡୁର ପଛପଟ ବାମଗୋଡ଼ରେ ଆଘାତ ଲାଗିଥିବାରୁ ଚିକିତ୍ସା କରାଯାଇଛି। ତୁରନ୍ତ ଉକ୍ତ ଗୋଡ଼ ଭଲ ହୋଇଯିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ କହିଛନ୍ତି।