ଭଞ୍ଜନଗର,୬।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରି ରେଞ୍ଜରେ କିଛିଦିନ ହେଲା ଅସୁସ୍ଥ ଥାଇ ଘୂରି ବୁଲୁଥିବା ମାଈ ହାତୀକୁ ସୋମବାର ଟ୍ରାଙ୍କୁଲାଇଜ ପରେ ଚିକିତ୍ସା କରାଯାଇଛି । ହାତୀଟିର ପାଟିରେ ସଂକ୍ରମଣ ହୋଇଥିବା ବୋଲି ଜଣାପଡ଼ିଛି। ତେବେ ହାତୀଟି ସୁସ୍ଥ ହେବା ପର୍ଯ୍ୟନ୍ତ ନଜର ରଖି ଖାଦ୍ୟ ଏବଂ ଔଷଧ ଦେବାକୁ ନନ୍ଦନକାନନରୁ ଆସିଥିବା ଡାକ୍ତରୀ ଦଳ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ।