ଗଛ ପଡ଼ି କାର ଭାଙ୍ଗିଲା

ଜୟପୁର,୨୫ା୪(ନି.ପ୍ର.): କାଳ ବୈଶାଖୀର ଭୟଙ୍କର ରୂପ ଜୟପୁର ହାଟପଦାଠାରେ ଦେଖିବାକୁ ମିଳିଛି । ପ୍ରବଳ ପବନ ଓ ବର୍ଷାରେ ଏକ ବିରାଟ ଗଛ ଉପୁଡି ଯାଇଥିଲା  । ଗଛଟି ନିକଟରେ ଥିବା ଏକ କାର ଉପରେ ପଡିବାରୁ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନ୍ୟ ଏକ କାର ସାମାନ୍ୟ ଭାଙ୍ଗି ଥିବା ଜଣାଯାଇଛି। ଘଟଣା ସ୍ଥଳରେ ଦମକଳବାହନୀ ପହଞ୍ଚି ଗଛକୁ କାଟି ଥିଲେ।