Advertisement

ବର୍ଷାରେ ଗଛପଡ଼ି ଭାଙ୍ଗିଲା ଘର

କୋରାପୁଟ/ନନ୍ଦପୁର,୨୬ା୬(ଅମିତାଭ ବେହେରା/ଶଙ୍କର ପୂଜାରୀ): କୋରାପୁଟ ଜିଲାରେ କ୍ରମାଗତ ଭାବେ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ରବିବାର ରାତିରେ ନନ୍ଦପୁର ବ୍ଲକ କୁଲାର ସିଂ ପଞ୍ଚାୟତ ଦଳେଇପୁଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରଭାଙ୍ଗିଛି। ଗ୍ରାମର କୌଶଲ୍ୟା ଗୁଣ୍ଠା ଓ ତାଙ୍କ ପୁଅ ଘରେ ଶୋଇଥିବା ବେଳେ ବର୍ଷାପବନରେ ତାଙ୍କ ଘର ଉପରେ ଏକ ତେନ୍ତୁଳିଗଛ ପଡିଯାଇଥିଲା। ତେବେ ସୌଭାଗ୍ୟକୁ ଏହି ମା’ପୁଅଙ୍କର କିଛି କିଛି କ୍ଷତି ହୋଇନାହିଁ। ଘରର କିଛି ଆସବାବପତ୍ର ନଷ୍ଟ ହୋଇଛି। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ଘର ଉପରେ ପଡିଥିବା ଗଛକୁ କାଟିଛନ୍ତି। ସେହିପରି ବର୍ଷା ପବନରେ ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ଗଛପଡି ୫/୬ଟି ଆଜବେଟେସ୍‌ ଘର ଭାଙ୍ଗି ଚୂରମାର ହୋଇଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ଖବର ପାଇ ତହସିଲଦାର ନରସିଂହ ଗାଦବା କ୍ଷୟକ୍ଷତି ଆକଳନ ଲାଗି କୁଲାର ସିଂ ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଆସିବା ପରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ଗାଦବା କହିଛନ୍ତି। ରାଜସ୍ବ ନିରୀକ୍ଷକ ଅକ୍ଷୟ କ୍ଷେତ୍ରିୟ, ସରପଞ୍ଚ ପହଞ୍ଚି କୌଶଲ୍ୟାଙ୍କୁ ପଲିଥିନ ଯୋଗାଇ ଦେଇଛନ୍ତି ବୋଲି ବିଡିଓ ସୁଜିତ୍‌ ମିଶ୍ର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share