ବୌଦ୍ଧ/ତଳଗାଁ,୩ା୩(ସ୍ବ.ପ୍ର./ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା ପାଇଁ ୨୦୧୮ ମସିହାରୁ ବୌଦ୍ଧ ଜିଲାରୁ ରଥ କାଠ ପ୍ରେରଣ କରାଯାଉଛି । ଚଳିତବର୍ଷ ରଥ ନିର୍ମାଣ ପାଇଁ ଗଛ କଟା ମଙ୍ଗଳବାର ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସିଥିବା ଏକ କମିଟି ପୂର୍ବାହ୍ନ ୯ ଟାରେ ଜିଲାର ମାଧପୁର ବନଦୁର୍ଗା ମନ୍ଦିରରେ ପହଞ୍ଚତ୍ ଥିଲେ। ପରେ ଶ୍ରୀମନ୍ଦିରରୁ ଅଣାଯାଇଥିବା ଆଜ୍ଞାମାଳକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଶ୍ରୀମନ୍ଦିର ପ୍ରଶାସନର ସଦସ୍ୟ ଓ ବନବିଭାଗ ଅଧିକାରୀଙ୍କ ଗହଣରେ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଚିହ୍ନଟ ହୋଇଥିବା ଏକ ଅସନ ବୃକ୍ଷ ମୂଳରେ ନାମ ସଂକୀର୍ତ୍ତନ ସହ ପୂଜାର୍ଚ୍ଚନା କରାଯାଇ ଗଛକଟା ଅନୁକୂଳ ହୋଇଥିଲା । ଚଳିତବର୍ଷ ମାଧପୁର ରେଞ୍ଜର ପାଢେଲ, ସୁବର୍ଣ୍ଣଗିରି ଓ ହାତୀଧରା ସଂରକ୍ଷିତ ଜଙ୍ଗଲରେ ମଧ୍ୟ ରଥକାଠ ନେବା ପାଇଁ ବୃକ୍ଷ ଚିହ୍ନଟ ହୋଇଛି। ପୁରୀ ଶ୍ରୀମନ୍ଦିର ରଥ ନିର୍ମାଣ କମିଟିର ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୁଇସର୍ଦ୍ଦାର ରବି ଭୋଇ ଏବଂ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଛାୟତ, ସୌମ୍ୟ ରଞ୍ଜନ ଗୋଛାୟତ, ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରବୀର କୁମାର ଦାସ, ମାଧପୁର ବନାଞ୍ଚଳ ଅଧିକାରୀ ସରୋଜ କୁମାର ମିଶ୍ର, ରେଞ୍ଜର ପ୍ରଦୀପ ବେହେରା, ନୀହାର ରଞ୍ଜନ ମଲିକ, କୁମାରୀ କ୍ଷୀରାବ୍ଧତ୍ ପ୍ରଧାନ, ନାରାୟଣ ସ୍ବାଇଁଙ୍କ ସମେତ ବନ କର୍ମଚାରୀ ଓ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏବର୍ଷ ସମୁଦାୟ ୭୦୧ ଖଣ୍ଡ କାଠ ଯୋଗାଇ ଦିଆଯିବ । ସେଥିମଧ୍ୟରୁ ୨୭୦ ଗୋଟି ଅସନ, ୩୨୪ ଗୋଟି ଧଉରା, ୭ ଖଣ୍ଡ ଫାଶୀ, ୪୦ ଖଣ୍ଡ ମଇ, ୨୦ ଖଣ୍ଡ ଶିମିିଳି, ୨୦ ଖଣ୍ଡ ରାଇ ଓ ୨୦ ଖଣ୍ଡ ବହ୍ଲ୍ଳା ନେବାର ବ୍ୟବସ୍ଥା ରହିଛି। ସୂଚନାଯୋଗ୍ୟ ଯେ, ଆଗାମୀ ଦିନରେ ରଥ ନିର୍ମାଣ ପାଇଁ କାଠର ଅଭାବ ପୂରଣ ଲକ୍ଷ୍ୟରେ ପୁରୀ ଗଜପତି ମହାରାଜାଙ୍କ ଉଦ୍ୟମକ୍ରମେ ବୌଦ୍ଧ ଜିଲାର ମହାନଦୀ ଓ ସାଲୁଙ୍କି ନଦୀ କୂଳରେ ଜଗନ୍ନାଥ ବନ ପ୍ରକଳ୍ପ ସୃଷ୍ଟି କରାଯାଇଛି।
Posted inଆମ ଜିଲା ଖବର, ବୌଦ୍ଧ, ରାଜ୍ୟ View All

ନବୀନ ନିବାସରୁ ବରିଷ୍ଠଙ୍କୁ ଗଲା ଡାକରା, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ
ଭୁବନେଶ୍ୱର,୨୧ା୪: ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋମବାର ନବୀନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ। ଏହି ବୈଠକରେ...

ମହିଳାଙ୍କ ମୃତ୍ୟୁ ପରେ ମେଡିକାଲରେ ଉତ୍ତେଜନା: ଚିକିତ୍ସାରେ ଅବହେଳା ଅଭିଯୋଗ
ଜଗତସିଂହପୁର,୨୧।୪: ଜଗତସିଂହପୁର ଜିଲା ମେଡିକାଲରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ...

ବାଇକ୍କୁ ଧକ୍କା ଦେଲା ସିଡିଏମ୍ଓଙ୍କ ଗାଡ଼ି
ମୋହନା,୨୧।୪: ଗଜପତି ଜିଲା ମୋହନା ଥାନା ଦିବ୍ୟାଙ୍ଗ ସ୍କୁଲ ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସିଡିଏମ୍ଓଙ୍କ ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର...

ବିବାହ ଶୋଭାଯାତ୍ରା ବେଳେ ଅଘଟଣ: ଖଣ୍ଡା ଚୋଟରେ ଛିଣ୍ଡିଲା ଯୁବକଙ୍କ ପାପୁଲି
ପୋଲସରା,୨୧।୪: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ସାନଉସ୍ତାପଡ଼ା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାହାଘର ଶୋଭାଯାତ୍ରା ବେଳେ...

ବଟେଶ୍ୱର ମନ୍ଦିର ଉନ୍ନୟନ ପାଇଁ ବିଡିଓଙ୍କୁ ଭେଟିଲେ ପ୍ରତିନିଧି ଦଳ
ଗଞ୍ଜାମ,୨୧ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବପୀଠ। ଉକ୍ତ ଶୈବପୀଠର ଉନ୍ନତିକରଣ ନିମନ୍ତେ ସୋମବାର ବଟେଶ୍ୱର ଐତିହ୍ୟ ସଂରକ୍ଷଣ...

ଶିକ୍ଷା ବିଭାଗ ଗାଇଡ୍ଲାଇନ୍କୁ ଖୋଲାଖୋଲି ଉଲ୍ଲଂଘନ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା
ଗଞ୍ଜାମ,୨୧ା୪(ବିଦ୍ୟାଧର ସାହୁ): ସରକାରୀ ସ୍କୁଲଗୁଡ଼ିକ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତ। ପୋଷାକ, ବୁଟ, ବହି, ସ୍କୁଲ ବ୍ୟାଗ ଇତ୍ୟାଦି ମାଗଣାରେ ସରକାର ଯୋଗାଇ...

ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ
ଢେଙ୍କାନାଳ,୨୧ା୪(ରତନ ନାୟାର): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଏକ ଅଭାବନୀୟ କାଣ୍ଡ। ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ ନାମକ...

ଫେରିଲା ତାତି: ପୁଣି ପାରଦ ଉପରମୁହାଁ
ଭୁବନେଶ୍ୱର,୨୧ା୪(ଅନୁରାଧା ମହାରଣା): କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ଗରମ, ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିବାବେଳେ ଏବେ ପାରଦ ପୁଣି...