ପାଟଣା,୨୮ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ନାଏକ ସାହିର ପ୍ରଦୀପ ଦାସଙ୍କ ଘର ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଗଛ ପଡ଼ିଯାଇଛି। ଏଥିରେ ତାଙ୍କର ୨ ବଖରା ଭାଙ୍ଗି ଯାଇଛି। ଏହି ସମୟରେ ଘରେ ଶୋଇଥିବା ପ୍ରଦୀପଙ୍କ ସ୍ତ୍ରୀ ଓ ଦୁଇ ଶିଶୁ ଆସନ୍ନ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାଯୋଗ୍ୟ, ପ୍ରଦୀପ ଦାଦନ ଖଟିବାକୁ ଯାଇ ବାଙ୍ଗାଲୋରରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଶ୍ବଶୁର ଶମ୍ଭୁ ଦାସ ଓ ଦୁଇ ଶିଶୁଙ୍କ ସହ ଗଁାରେ ରୁହନ୍ତି। ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଶନିବାର ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚତ୍ ଘର ଉପରୁ ଗଛକୁ କାଟି ସଫା କରିଛନ୍ତି।