ଗଛ ପଡି ରାସ୍ତା ଅବରୋଧ, ଯାତାୟାତ ବ୍ୟାହତ

କୋରୁକୋଣ୍ଡା,୨୩।୪(ଡି.ଏନ.ଏ): ରାଜ୍ୟରେ କିଛିଦିନ ହେବ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସେଥିରୁ ବାଦ ପଡି ନ ଥିଲା ମାଲକାନଗିରି ଜିଲା। କିନ୍ତୁ ଶନିବାର ରାତିରେ କିଛି ସମୟ ଲାଗି ଜିଲାର କୋରୁକୋଣ୍ଡା ବ୍ଲକ ସଦରରେ ବର୍ଷା ସାଙ୍ଗକୁ ପବନ ବୋହିଥିଲା । ପବନରେ କୋରୁକୋଣ୍ଡା ସଦର ଖିଲଗୁଡାରେ ଏକ ପୁରୁଣା ଶୁଖିଲା ଗଛ ଉପୁଡି ପଡିଥିଲା। ଏ ନେଇ ସ୍ଥାନୀୟ ଲୋକେ କୋରୁକୋଣ୍ଡା ସଦରଠାରେ ଥିବା ଅଗ୍ନିଶମ କେନ୍ଦ୍ରକୁ ସୂଚନା ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ତୁରନ୍ତ ଆସି ଗଛକୁ କାଟି ରାସ୍ତାରୁ ବାହାର କରିବାରୁ ଉକ୍ତ ରାସ୍ତାରେ ଯିବାଆସିବା ସମ୍ଭବପର ହୋଇଥିଲା ।

Share