ଢାକା, ୨୪।୧୦: ବାଂଲାଦେଶରେ ଶନିବାର ସକାଳ ୮ଟା ୫୧ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ବୋଲି ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂପୃଷ୍ଠର ୫୦ କିମି ତଳେ ଭୂକମ୍ପର କେନ୍ଦ୍ର ରହିଥିବା ଆକଳନ କରାଯାଇଛି। ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ତେବେ ଏହାଦ୍ୱାରା କୌଣସି କ୍ଷୟକ୍ଷତି ଘଟି ନ ଥିବା କୁହାଯାଉଛି।