Categories: ଜାତୀୟ

ଥରିଲା ରାଜଧାନୀ …

ନୂଆଦିଲ୍ଲୀ,୨୦।୬: ରାଜଧାନୀ ଦିଲ୍ଲୀରେ ରବିବାର ମଧ୍ୟାହ୍ନ ୧୨ଟା ୨ରେ ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୨.୧ ଥିଲା ବୋଲି ଜାତୀୟ ଭୂ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ପଞ୍ଜାବୀ ବାଗ୍‌ ଅଞ୍ଚଳରେ ହଠାତ୍‌ ଭୂକମ୍ପ ହେବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପର ରାଜଧାନୀଠାରୁ ୮ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବାବେଳେ ଏହାର କେନ୍ଦ୍ର ଭୂଗର୍ଭର ୭ କିଲୋମିଟର ତଳେ ଥିବାର ଅନୁମାନ କରାଯାଇଛି।

Share