Advertisement

ଥରିଲା ପଶ୍ଚିମବଙ୍ଗ

କୋଲକାତା, ୨୬।୮: ପଶ୍ଚିମବଙ୍ଗରେ ବୁଧବାର ସକାଳ ୭ଟା ୫୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ଜାତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ଦୁର୍ଗାପୁର ଅଞ୍ଚଳରେ ଭୂକମ୍ପ ଅନୁଭୁତ ହୋଇଛି। କ୍ଷୟକ୍ଷତି ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ। ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପର କିଛି ସମୟ ପରେ ପୁଣି ଭୂକମ୍ପ ହେବ ବୋଲି ଗୁଜବ ସୃଷ୍ଟି ହେବାରୁ ଲୋକେ ଘର ଭିତରକୁ ଯିବାକୁ ଅମଙ୍ଗ ହୋଇଥିଲେ। ତେବେ ଏହା ଗୁଜବ ବୋଲି ଜାଣିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share