ନବରଙ୍ଗପୁର,୧୭।୪(ବି.ପ୍ର.): ନବରଙ୍ଗପୁର ବ୍ଲକ ବଡ଼ମସିଗାଁ ପଞ୍ଚାୟତ ଅଧୀନ ଭାଟିଗାଁ ଗ୍ରାମ୍ୟ ଜଙ୍ଗଲ ଓ କାଜୁ ବଗିଚାର ସୁରକ୍ଷା ଦୃଷ୍ଟିକୁ ନେଇ ଟ୍ରେଞ୍ଚ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଏବେ କାଜୁ ଅମଳ ସମୟ। ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଅନ୍ୟପକ୍ଷେ ଅବାଧରେ ଗୋରୁ ପ୍ରବେଶ ସହ କାଠମାଫିଆଙ୍କ ଲାଲୁପଦୃଷ୍ଟି ମଧ୍ୟ ଜଙ୍ଗଲ ଉପରେ ପଡ଼ିଥାଏ। ଏସବୁରୁ ଜଙ୍ଗଲକୁ ସୁରକ୍ଷା ଦେବାକୁ ୫ ଫୁଟ ଓସାରର ଜଙ୍ଗଲର ଚାରିପାଖ ଟ୍ରେଞ୍ଚ ଖୋଳାଯାଇଛି। ଏମ୍ଜିଏନ୍ଆର୍ଇଜିଏସ୍ରେ ଟ୍ରେଞ୍ଚ ଖନନ କାର୍ଯ୍ୟ ଚାଲିଛି। ଜିଆର୍ଏସ୍, ବିଡିଓ ସୁକାନ୍ତ ପଟ୍ଟନାୟକ ଏହି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ସୂଚନାନୁଯାୟୀ, ଟ୍ରେଞ୍ଚ ଖନନ ପାଇଁ ପୂର୍ବରୁ ଦାବି ହୋଇ ଆସୁଥିଲା।