Categories: ଫୁରସତ

ଦିଲ୍ଲୀ ମେଟୋ ଟ୍ରେନ୍‌ରେ ଭୟଙ୍କର ଝଗଡା, ଯୁବକଙ୍କୁ ଶକ୍ତ ଚାପୁଡା ମାରିଲେ ଯୁବତୀ

ଦିଲ୍ଲୀ ମେଟୋ ଟ୍ରେନ୍‌ ପୁଣି ଥରେ ତାହାର ଯାତ୍ରୀଙ୍କୁ ନେଇ  ଚର୍ଚ୍ଚାକୁ ଆସିଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଆପଣ ଭାବୁଥିବେ ଯାତ୍ରୀମାନେ ଏପରି କ’ଣ ଚମତ୍କାର କରିଛନ୍ତି। ତେବେ ସୋନେ କୌଣସି ଚମତ୍କାର କରି ନାହାନ୍ତି। ବଂର ଯୁଦ୍ଧ କରିଛନ୍ତି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର୍ସ ଏ ନେଇ  ଅନେକ ଗୁଡିଏ ଭିଡିଓ ଶେୟାର କରିଛନ୍ତି।
ସୋସିଆଲ ମିଡିଆରେ ଜଣେ ଯୁବତୀ  ଜଣେ ପୁରୁଷଙ୍କ ମଧ୍ୟରେ ଝଗଡା ହେବାର ଏକ ଭିଡିଓ ଭାଇରାଲ ହେଉଛି। ଉଭୟ ମେଟ୍ରୋରେ ଜୋରଦାର ଝଗଡ଼ା କରୁଥିବା ଦେଖିବାକୁ ମିଳିଛି । ଯୁବତୀ ଛିଡା ହୋଇଥିବା ବେଳେ ଯୁବକ  ସିଟ୍‌ରେ ବସିଥିଲେ। କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଯୁବତୀ ଜଣଙ୍କ  ଉକ୍ତ ଯୁବକଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ।  ଯୁବକ ଜଣଙ୍କ ମଧ୍ୟ ହାତ ଉଠାଇଥିଲେ।
ପରେ ମାମଲା ଗୁରୁତର ହୋଇଗଲା। ତେବେ ଲୋକମାନେ ଏଥିରେ ହସ୍ତକ୍ଷେପ କରିଥିଲେ। କିନ୍ତୁ ମହିଳା କୋଚରୁ ଓହ୍ଲାଇବା ପର୍ଯ୍ୟନ୍ତ ତୀବ୍ର ଯୁକ୍ତି ଜାରି ରହିଲା। ବର୍ତ୍ତମାନ ଏହି ଝଗଡ଼ାର  ଭିଡିଓ ଭାଇରାଲ ହୋଇଛି, ଯାହା ଦେଖି କିଛି ୟୁଜର୍ସ ହସି  ଥିବାବେଳେ କେତେକ କହୁଛନ୍ତି ଯେ, ଏହା ବର୍ତ୍ତମାନ ମେଟ୍ରୋରେ ଏକ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଛି।
Share