Categories: ଫୁରସତ

ମଝି ରାସ୍ତାରେ ନାଚୁଥିଲେ ଯୁବତୀ, ପଛରୁ ଜଣେ ମଦ୍ୟପ ଆସି…

ବର୍ତ୍ତମାନ ରିଲ୍‌ର କ୍ରେଜ୍‌ ଦେଖିପବାକୁ ମିଳୁଛି। ପିଲାଠୁ ବୁଢ଼ା ରିଲ୍‌ ସମସ୍ତେ କରୁଛନ୍ତି। ହେଲେ ଆଜିର ଯୁବପୀଢ଼ି ଏହା ପଛରେ ପାଗଳ। ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ଯୁବତୀ ରାସ୍ତା ମଝିରେ ନାଚୁଥିବା ଦେଖିବାକୁ ମିଳୁଛି। ଯୁବତୀ ଜଣଙ୍କ ନାଚିବା କ୍ଷଣି ପାଖରେ ଥିବା ଲୋକେ ତାଙ୍କୁ ଚାହୁଁଛନ୍ତି। ଏହା ବ୍ୟତୀତ ଆଉ ଏକ ମଜାଦାର ଘଟଣା ମଧ୍ୟ ଦେଖିବାକୁ ମିଳୁଛି।
ଯୁବତୀ ଜଣଙ୍କ ଦିଲବର୍‌-ଦିଲବର୍‌ ଗୀତରେ ନାଚୁଥିବା ବେଳେ ପଛରୁ ଜଣେ ମଦ୍ୟପ ଆସି ତାଙ୍କ ସହ ତାଳରେ ତାଳ ମିଶାଇ ନାଚୁଛନ୍ତି। ଉପସ୍ଥିତ ଦର୍ଶକ ଯୁବତୀଙ୍କ ନାଚ ଅପେକ୍ଷା ମଦ୍ୟପଙ୍କ ନାଚକୁ ବେଶି ପସନ୍ଦ କରୁଥିବା ମନେ ହେଉଛି।
ଏହି ଭିଡିଓ ଇନଷ୍ଟାଗ୍ରାମରେ (@ ଭୂମି_ଗାନ୍ଧି ୨୪) ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଏହା କ୍ୟାପଶନରେ ଲେଖାଯାଇଛି – ଏହି ଭିଡିଓକୁ ଏକ ବର୍ଷ ବିତିଗଲାଣି। ଏହା ଭିୟ୍ୟୁ ଯାଇଛି। ଲୋକମାନେ ଏହା ଉପରେ ମେମ ବାଣ୍ଟୁଛନ୍ତି। ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Share