Categories: ଫୁରସତ

ଚଳିତ ବର୍ଷ ସ୍ବିଗିରୁ ଏତେ ଟଙ୍କାର ଖାଦ୍ୟ ଅର୍ଡର କରିଛନ୍ତି ବ୍ୟକ୍ତି ଯେଉଁଥିରେ ହୋଇଥାନ୍ତା ଏକ ଘର, ଅର୍ଡର ମୂଲ୍ୟ ଜାଣିଲେ…

ଭାରତୀୟମାନେ ଖାଦ୍ୟପେୟରେ କୌଣସି ବୁଝାମଣା କରନ୍ତି ନାହିଁ। ପରିସ୍ଥିତି ଯାହାବି ହେଉ ସେମାନେ ଖାଇବା କଥା ଖାଇବେ। ପେଟ ଭର୍ତ୍ତିକରି ଖାଇବା ପରେ ବି ସେମାନଙ୍କ ଖାଦ୍ୟରେ ଲୋଭ ଥାଏ । ତେବେ ସେ ଯାହା ହେଉ ଖାଦ୍ୟ ଅର୍ଡର କରିବାର ଧାରା ବଦଳି ଗଲାଣି ବର୍ତ୍ତମାନ ଅନ୍‌ଲାଇନ୍‌ ଅର୍ଡର ମାଧ୍ୟମରେ ଯେ କୌଣସି ସମୟରେ ଯେ କୌଣସି ସ୍ତାନରୁ ଖାଦ୍ୟ ଅର୍ଡର କରାଯାଉଛି।

ଅନ୍ୟପକ୍ଷେ ଅନଲାଇନ୍‌ ଖାଦ୍ୟ ବିତରଣ ଆପ୍‌ ସ୍ବିଗି ୨୦୨୩ ମସିହାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁଯାୟୀ, ମୁମ୍ବାଇର ଜଣେ ବ୍ୟକ୍ତି ଚଳିତ ବର୍ଷ ସ୍ବିଗିରୁ ପ୍ରାୟ ୪୨.୩ ଲକ୍ଷ ଟଙ୍କାର ଖାଦ୍ୟ ଅର୍ଡର କରିଛନ୍ତି। ଡିସେମ୍ବର ୧୪ରେ ପ୍ରକାଶ ପାଇଥିବା ‘ହାଓ ଇଣ୍ଡିଆ ସ୍ବିଗିଡ ଇନ୍‌ ୨୦୨୩’ ନାମକ ଏହି ତାଲିକାର କମ୍ପାନୀ ଲେଖିଛି, ଜଣେ ଗ୍ରାହକ ଚଳିତ ବର୍ଷ ଖାଦ୍ୟ ଅର୍ଡର ପାଇଁ ୪୨.୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁଥିରେ ଏକ ଘର ହୋଇଥାନ୍ତା। ଏହା ଜାଣି ଅନେକ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Share