ଟ୍ରେଣ୍ଡ୍‌ କରୁଛି ‘ବାଏ ବାଏ ପାଣ୍ଡିଆନ୍‌’, ‘ଓଡ଼ିଶା ଲଭ୍‌ସ ପାଣ୍ଡିଆନ୍‌’

ଭୁବନେଶ୍ୱର, ୧୯।୫ (ବନ୍ଦନା ସେଠୀ)୨୦୨୪ ସାଧାରଣ ନିର୍ବାଚନକୁ ନେଇ ଉଭୟ ବିଜେଡି ଏବଂ ଭାଜପା ନେତା ପରସ୍ପରକୁ ଦୋଷ ଲଦିବା ସହ କାଦୁଅ ଫିଙ୍ଗାଫିଙ୍ଗି ହେବା ଭଳି ଆଚରଣ କରୁଛନ୍ତି। ଏପରି ସ୍ଥିତିରେ ଶନିବାର ଭାଜପା ପକ୍ଷରୁ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରାଯାଇଛି। ଭାଜପା ଓଡ଼ିଶାର ‘ଏକ୍ସ’ ହ୍ୟାଣ୍ଡେଲ୍‌ରେ ‘ବାଏବାଏ ପାଣ୍ଡିଆନ୍‌’ ହ୍ୟାସ୍‌ଟ୍ୟାଗ୍‌ ସହ ଏକ ଡେମୋ ବିମାନ ଟିକେଟ୍‌ ଅପ୍‌ଲୋଡ୍‌ କରାଯାଇଛି। ଜୁନ୍‌ ୪ ସନ୍ଧ୍ୟା ୭ଟାରେ ଇକୋନୋମି କ୍ଲାସ୍‌ରେ ପାଣ୍ଡିଆନ ଭୁବନେଶ୍ୱରରୁ ଚେନ୍ନାଇ ଯିବା ପାଇଁ ଏହି ଟିକେଟ୍‌ କଟାଯାଇଥିବା ଦର୍ଶାଯାଇଛି, ଯାହା ଏବେ ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍‌ କରୁଥିବା ଦେଖାଯାଇଛି। ତେବେ ସୋସିଆଲ ମିଡିଆରେ ‘ବାଏବାଏ ପାଣ୍ଡିଆନ୍‌’ ଟ୍ରେଣ୍ଡିଂ କରିବା ପରେ ବିଜେଡି ପକ୍ଷରୁ ନୂଆ ହ୍ୟାସ୍‌ଟ୍ୟାଗ୍‌ ‘ଓଡ଼ିଶା ଲଭ୍‌ସ ପାଣ୍ଡିଆନ’ ଆରମ୍ଭ କରିଛି। ଏହା ମଧ୍ୟ ଟ୍ରେଣ୍ଡ୍‌ କରିବା ଆରମ୍ଭ କରିଛି।

Share