Categories: ଫୁରସତ

ଚେନ୍ନାଇର ଝଡ଼ବର୍ଷାରେ ରାସ୍ତା ମଝିରେ  ମାଛ ଧରୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ବାତ୍ୟା ମିଗ୍‌ଜୋମ୍‌  ପ୍ରଭାବରେ ତାମିଲନାଡୁର ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରୁ ସେଠାକାର କ୍ଷୟକ୍ଷତି ଆକଳନ କରାଯାଇ ପାରିବ।
ବର୍ତ୍ତମାନ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି।
ଏକ୍ସ ଆକାଉଣ୍ଟ (@ ଲେର୍ନଡପଲିଟିକ୍ସ)ରେ ପୋଷ୍ଟ ହୋଇଥିବା ଏହି ଭାଇରାଲ କ୍ଲିପ ଚେନ୍ନାଇର ଚିତ୍ରକୁ ଦର୍ଶାଉଛି। କେବଳ ୩୦ ସେକେଣ୍ଡର ଏହି  ଭିଡିଓ ଦେଖିବା  ପରେ ଏହା ଏକ ପିଲାଳିଆମୀ ଛଡା କିଛି ନୁହେଁ ବୋଲି ଜଣାପଡ଼ୁଛି । କାରଣ ଏହି ଭିଡିଓରେ ବ୍ୟକ୍ତି ଜଣଙ୍କ ବର୍ଷାରେ ରାସ୍ତାରୁ  ମାଛ ଧରୁଥିବା  ଦେଖାଯାଏ ।
ତେବେ ମାଛର ଆକାରକୁ ଦେଖିଲେ ଏହା  ଭାସି କି ଆସିଛି ବୋଲି  ଲାଗୁ ନାହିଁ। ଏଥିରୁ ଜଣାପଡୁଛି ଯେ, ପରିବହନ କରୁଥିବା  କେଉଁ ଏକ ଟ୍ରକରୁ  ଏହା ଖସି ପଡିଛି। ବ୍ୟକ୍ତି ଜଣଙ୍କ ମୌକାରେ ଚୌକା  ମାରି ଦେଇଛନ୍ତି।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ବ୍ୟକ୍ତି ଜଣଙ୍କ ହାତରେ ଧରି ଏକ ବଡ଼ ମାଛ ନେଇ ଯାଉଛନ୍ତି। ଏହି ସମୟରେ ଥରେ ମାଛ ହାତରୁ ଖସିପଡି ତଳେ ପଡିଯାଉଛି।  ସେ ତାକୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ  ମାଛଟି ପୁଣି ଖସି ପଳାଇଯାଉଛି। ବିରକ୍ତ ହୋଇ ବ୍ୟକ୍ତି ଜଣକ ତାଙ୍କୁ ଗୋଡରେ ମାରି ଆଘାତ କରୁଛନ୍ତି। ଯାହା ଦ୍ୱାରା ତାଙ୍କୁ ଧରିବା ସହଜ ହୋଇଯାଉଛି। ଶେଷରେ ସେ ମାଛ ଉଠାଇ ନେବାରେ ସଫଳ ହେଉଛନ୍ତି।

 

Share