Categories: ବାଣିଜ୍ୟ

Surya Ghar Yojna Apply Online: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍‌ ଯୋଜନା କ’ଣ?  ଜାଣନ୍ତୁ କିଭଳି କରିବେ ଆବେଦନ, ମାଗଣା ପାଇବେ ୩୦୦ ୟୁନିଟ୍‌

ନୂଆଦିଲ୍ଲୀ,୧୫।୨: ପ୍ରାୟତଃ ଲୋକେ ନିଜର ବିଜୁଳି ବିଲ୍‌କୁ ନେଇ ଚିନ୍ତିତ ଥାନ୍ତି। ଏଣୁ ବିଦ୍ୟୁତ୍‌ ମିଟର ରିଡିଂ ଉପରେ ଲଗାମ ଲଗାଇବାକୁ ଉପାୟ ଖୋଜୁଥାନ୍ତି। ତେବେ ଏହି ଖବର ଆପଣଙ୍କ ଲାଗି ଜରୁରୀ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି PM ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଲାଗି ଆବେଦନ କରି ଆପଣ ୩୦୦ ୟୁନିଟ୍‌ ମାଗଣା ବିଜୁଳିର ଲାଭ ଉଠାଇପାରିବେ। ଆସନ୍ତୁ ଜାଣିବା ଘରେ ବସି ଆପଣ ଏହି ଯୋଜନା ଲାଗି କିଭଳି ଆବେଦନ କରିବେ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ୭୫,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ। ତେବେ ଏହାର ଉଦ୍ଦେଶ୍ୟ ପ୍ରତି ମାସରେ ୩୦୦ ୟୁନିଟ୍‌ ମାଗଣା ବିଜୁଳି ପ୍ରଦାନ କରିବା। ଏହି ଯୋଜନାନୁଯାୟୀ ୧ କୋଟି ଲୋକଙ୍କୁ ଲାଭ ମିଳିବ। ସାଧାରଣଜନତାଙ୍କ ମଧ୍ୟରେ ଲୋକପ୍ରିୟତା ବୃଦ୍ଧି କରିବା ଲାଗି ସ୍ଥାନୀୟ ସଂସ୍ଥା ଏବଂ ପଞ୍ଚାୟତଗୁଡ଼ିକରେ ପ୍ରୋତ୍ସାହିତ କରାଯିବ।
ଏହି ଯୋଜନା ଲାଗି ଆବେଦନ କରିବା ଲାଗି ଏହି ପ୍ରକ୍ରିୟା ପୂରଣ କରିବାକୁ ହେବ:
-ପ୍ରଥମେ କରନ୍ତୁ ରେଜିଷ୍ଟର: ସର୍ବପ୍ରଥମେ ଆପଣଙ୍କୁ ନିଜକୁ ରେଜିଷ୍ଟର କରିବାକୁ ହେବ। ଏଥିଲାଗି ଆଧିକାରୀକ ଓ୍ବେବ୍‌ସାଇଟ୍‌ pmsuryaghar.gov.inରେ ଲଗ୍‌ଇନ୍‌ କରିବାକୁ ହେବ। ପରେ ନିଜର ରାଜ୍ୟ, ବିଜୁଳି ବୋର୍ଡ, କନ୍‌ଜୁମର ନମ୍ବର, ମୋବାଇଲ ନମ୍ବର, ଇମେଲ୍‌ ଆଇଡି ଦେବାକୁ ହେବ।
-ପରେ କନ୍‌ଜୁମର ନମ୍ବର ଏବଂ ମୋବାଇଲ ନଂରେ ଲଗ୍‌ଇନ୍‌ କରନ୍ତୁ। ଫର୍ମରେ ରୁଫଟପ୍‌ ସୋଲାର୍‌ ଲାଗି ଆବେଦନ କରନ୍ତୁ।
-ଏହାପରେ DISCOM ମାନ୍ୟତାପ୍ରାପ୍ତ ଫର୍ମ ମିଳିବ ଏବଂ ଏହାପରେ ନିଜ ଅଞ୍ଚଳରେ ଥିବା DISCOM ରେଜିଷ୍ଟର୍ଡ ଭେଣ୍ଡର୍ସ ଦ୍ୱାରା ପ୍ଲାଣ୍ଟ ଇନ୍‌ଷ୍ଟଲ କରାଯିବ।
-ଇନଷ୍ଟଲେସନ ପୂରଣ ହେବା ପରେ ଇନ୍‌ସ୍ପେକ୍‌ସନ କରାଯିବ। ପରେ ପୋର୍ଟାଲ ଦ୍ୱାରା ଏକ ସାର୍ଟିଫିକେଟ ଜାରି କରାଯିବ।
-ଥରେ ରିପୋର୍ଟ ମିଳିବା ପରେ ନିଜ ବ୍ୟାଙ୍କ ଆକାଉଣ୍ଟର ସୂଚନା ଦେବାକୁ ହେବ। ଏଥିସହ ଏକ କ୍ୟାନ୍‌ସଲ୍‌ ଚେକ୍‌ ପୋର୍ଟାଲରେ ଜମା କରିବାକୁ ହେବ। ୩୦ ଦିନ ମଧ୍ୟରେ ଆପଣଙ୍କ ସବ୍‌ସିଡି ଆକାଉଣ୍ଟକୁ ଆସିଯିବ।
Share