Categories: ଫୁରସତ

ଶାଢ଼ୀ ପିନ୍ଧି କବାଡ଼ି ଖେଳିଲେ ଗାଁ ମହିଳା, Video ଦେଖିଲେ କହିବେ ବାଃ…

ଶାଢ଼ୀ ପିନ୍ଧି କବାଡ଼ି ଖେଳିଲେ ଗାଁର ମହିଳା। ଖୁସ ହସିବା ସହ ପ୍ରତିଟି ମୂହୁର୍ତ୍ତକୁ ଭରପୂର ଉପଭୋଗ ବି କଲେ। କିଛି ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଅନେକ ମହିଳାଙ୍କ ପ୍ରଶଂସା କରିବା ସହ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ମହିଳାମାନେ ସମସ୍ତ ନିୟମ ପାଳନ କରୁଛନ୍ତି। ଏହାଛଡ଼ା ବେଶ ଉତ୍ସାହର ସହ ଖେଳ ଖେଳୁଛନ୍ତି। ଏବେଯାଏ ଭିଡିଓକୁ ୧ ମିଲିୟନ ଲୋକେ ପସନ୍ଦ କରିସାରିଛନ୍ତି। ସେହିଭଳି ଭିଡିଓକୁ ଲୋକେ ଶେୟାର ମଧ୍ୟ କରୁଛନ୍ତି। ଆପଣ ବି ଦେଖନ୍ତୁ ଭିଡିଓ:

Share