Rules To Change Car Colour: ନିଜ ଗାଡ଼ିର ରଙ୍ଗ ବଦଳାଇବାକୁ ଚାହୁଁଛନ୍ତି କି? ଜାଣିନିଅନ୍ତୁ ପାଳନ କରିବାକୁ ହେବ କେଉଁ ନିୟମ…

ନୂଆଦିଲ୍ଲୀ,୧୫।୨: ସମସ୍ତେ ନିଜ ଗାଡ଼ିକୁ ବହୁତ ଭଲ ପାଆନ୍ତି। ଏଥିଲାଗି ତ କିଛି ନା କିଛି ମୋଡିଫିକେଶନ୍‌ କରିବାକୁ ସର୍ବଦା ଆଗଭର ହୋଇଥାନ୍ତି। ସେଭଳି କିଛି ନିଜର ଗାଡ଼ିର ରଙ୍ଗ ବଦଳାଇବାକୁ ମଧ୍ୟ ଇଚ୍ଛା ରଖିଥାନ୍ତି। ଏଥିଲାଗି କିଛି ଜରୁରୀ ନିୟମ ଏବଂ ସର୍ତ୍ତକୁ ପୂରଣ କରିବାକୁ ହୋଇଥାଏ। କାର୍‌ ସହ ଜଡ଼ିତ ଯେକୌଣସି ମୋଡିଫିକେଶନ ସମ୍ବନ୍ଧୀୟ ସମସ୍ତ ନିୟମ ମୋଟରଯାନ ଧାରାର ସେକ୍ସନ ୫୨ ଅଧିନରେ ଆସିଥାଏ। ଆସନ୍ତୁ ଜାଣିବା ଏଥିଲାଗି ଆପଣଙ୍କୁ କ’ଣ କରିବାକୁ ହେବ?

ଡ୍ୟୁଲ ଟୋନ୍‌ କାର୍‌ ଲାଗି: ଯଦି ଆପଣଙ୍କ କାର୍‌ର ରଙ୍ଗ ଡ୍ୟୁଲ ଟୋନ୍‌ କଲର୍‌ରେ ଆସିଥାଏ ଏବଂ ଆପଣ ନିଜ କାର୍‌କୁ ଦୁଇଟି ରଙ୍ଗରୁ ଗୋଟିଏରେ ସମ୍ପୂର୍ଣ୍ଣ ରଙ୍ଗାଇବାକୁ ଚାହାନ୍ତି ତେବେ ଆପଣଙ୍କୁ କୌଣସି ଆଇନଗତ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ। ଧରନ୍ତୁ ଆପଣଙ୍କ ପାଖରେ ହ୍ବାଇଟ୍‌ ଏବଂ ବ୍ଲାକ୍‌ ଡ୍ୟୁଲ୍‌ କଲର୍‌ର କାର୍‌ ରହିଛି, ଆପଣ ଏହାକୁ ସମ୍ପୂର୍ଣ୍ଣ ଭାବେ ହ୍ବାଇଟ୍‌(ଧଳା) ରଙ୍ଗରେ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ କିଛି ଅଂଶ କଳା ରଖିବାକୁ ହେବ।

ଭିନ୍ନ ରଙ୍ଗ ଲାଗି ରହିଛି ଭିନ୍ନ ନିୟମ:
ଯଦି ଆପଣ ନିଜ ଗାଡ଼ିକୁ କୌଣସି ଅନ୍ୟ ରଙ୍ଗରେ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ଏଥିଲାଗି ଆପଣ ଏହି ପ୍ରକ୍ରିୟା ପାଳନ କରିବାକୁ ହେବ:

NAMV ଫର୍ମ ପୂରଣ କରନ୍ତୁ: ସର୍ବପ୍ରଥମେ ଆପଣଙ୍କୁ ଇଣ୍ଟରନେଟ୍‌ରୁ ନଚେତ ଆର୍‌ଟିଓରୁ ଏହି ଫର୍ମ ଡାଉନଲୋଡ୍‌ କରି ପୂରଣ କରନ୍ତି। ଏଥିଲାଗି ଆପଣ ଆର୍‌ଟିଓ ଅଧିକାରୀଙ୍କ ସହାୟତା ମଧ୍ୟ ନେଇପାରିବେ।
RTOରେ ଫର୍ମ ଜମା କରନ୍ତୁ: ଫର୍ମ ପୂରଣ କରିବା ପରେ ନିଜର ଆର୍‌ଟିଓ ଅଫିସ ଯାଇ ଫର୍ମ ଜମା କରନ୍ତୁ। ସର୍ଭିସ ଚାର୍ଜର ପେମେଣ୍ଟ ମଧ୍ୟ କରନ୍ତୁ। ଏହାପରେ ଆର୍‌ଟିଓରୁ ଅନୁମତି ପାଇବା ଯାଏ ଅପେକ୍ଷା କରିବାକୁ ହେବ।
-ପୁଣି ଥରେ ଯିବାକୁ ପଡ଼ିବ RTO: ଗାଡ଼ିର ରଙ୍ଗ ବଦଳାଇବା ପରେ ପୁଣିଥରେ ଆର୍‌ଟିଓ ଯିବାକୁ ପଡ଼ିବ। ଏଥିଲାଗି ସାଙ୍ଗରେ ଗାଡ଼ିର RC ମଧ୍ୟ ନେଇ ଯାଆନ୍ତୁ। କାରଣ ଏଥିରେ ପରିବର୍ତ୍ତନ କରାଯିବ।
-ଇନ୍‌ସୁରାନ୍ସ କମ୍ପାନୀ: ତେବେ ସମସ୍ତ ପ୍ରକ୍ରିୟା ମଧ୍ୟରେ ଇନସୁରାନ୍ସ କମ୍ପାନୀକୁ ନିଜର ଗାଡ଼ିର ନୂଆ ରଙ୍ଗ ବିଷୟରେ ଅବଗତ କରାଇବାକୁ ଭୁଲନ୍ତୁ ନାହିଁ। ଏଭଳି କଲେ ଆପଣଙ୍କ ଉପରେ ଜରିମାନା ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri