ଜଣେ ମହିଳାଙ୍କ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ମହିଳା ଜଣକ ଏକ ପୁରୁଣା ଡିସପେନସର୍ ବିକ୍ରି କରବାକୁ ପୋଷ୍ଟ କରିଥିଲେ। ଏହାର ଦାମ୍ ଜାଣି ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଲୋକ ଏହା ମଧ୍ୟ ପଚାରିଥିଲେ ଏହାର ସ୍ବତନ୍ତ୍ରତା କ’ଣ?
ମହିଳା ଜଣକ ଏକ ଡିସପେନସର୍ ସହିତ ଦୁଇଟି ପ୍ଲାଷ୍ଟିକ ପାଣି ପାତ୍ର ବିକ୍ରି ପାଇଁ ଲେଖିଥିଲେ। ଏଥିପାଇଁ ସେ ଫେସବୁକରେ‘ଫ୍ଲାଟ ଏବଂ ଫ୍ଲାଟମେଟସ ବେଙ୍ଗାଲୁରୁ’ ଗ୍ରୁପ୍ରେ ବିଜ୍ଞାପନ ଶେୟାର କରିଥିଲେ।
ମହିଳା ଜଣକ କ୍ୟାପଶନରେ ଲେଖିଛନ୍ତି, ଯେ ସେ ବେଙ୍ଗାଲୁରୁରୁ ବାହାରକୁ ଯାଉଛନ୍ତି, ଯେଉଁଥିପାଇଁ ଏହି ଜିନିଷ ବିକ୍ରି କରିବାକୁ ଚାହୁଁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା । ମାତ୍ର ପୁରୁଣା ଜିନିଷ ପାଇଁ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟ ସୋସିଆଲ ମିଡିଆରେ ଚହଳ ପକାଇ ଦେଇଛି। କାରଣ ଏହାର ମୂଲ୍ୟ ୪୧ ହଜାର ରହିଛି।
ବର୍ତ୍ତମାନ ଅନେକ ୱେବ୍ସାଇଟରେ ସହଜରେ ପୁରୁଣା ଜିନିଷ ବିକ୍ରିହେଉଛି। ଅନେକ ଲୋକ ଏହାର ଅଧିକ ମୂଲ୍ୟ ସାଇଟରେ ପୋଷ୍ଟ କରନ୍ତି କାରଣ ସେମାନେ ଯାଣନ୍ତି ଯେ, ଅନ୍ୟମାନେ ଏଥିରେ କଟାକଟି କରିବେ। ମାତ୍ର ଏହି ମୂଲ୍ୟ ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ।