ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଇରାନ: ୪ ମୃତ, ୧୨୦ ଆହତ

ତେହରାନ,୧୮।୬: ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଇରାନ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୯ ରହିଥିଲା। ତେବେ ରଜାଭି ଖୋରାସାନ ପ୍ରଦେଶର କଶ୍ମୀର କାଉଣ୍ଟିଂରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଅତିକମ୍‌ରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ସୂଚନା ମିଳିବା ପରେ ୫ ଟିମ୍‌ ସହ ସନ୍ଧାନୀ କୁକୁରମାନଙ୍କୁ ପଠାଯାଇଛି। ଏହାଛଡ଼ା ୬୦୦୦ କ୍ଷମତା ବିଶିଷ୍ଟ ଜରୁରୀକାଳୀନ ଆଶ୍ରୟସ୍ଥଳ ମଧ୍ୟ ନିର୍ମାଣ କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ମୁତାବକ, ଭୂକମ୍ପ ପରେ ୩୫ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୂକମ୍ପ ଯୋଗୁ ସହରର କିଛି କୋଠା ସହ ରାସ୍ତା ଘାଟ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ପଠାଉଛି। ଏଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

Share