ବଦଳୁଛି ଟ୍ରେଣ୍ଡ୍‌, ରୋଗ କିଣୁଛି ମଣିଷ

କଟକ,୨୮।୪(ଦିବାକର ସାହୁ)ମଣିଷ ଆଧୁନିକତାର ସ୍ରୋତରେ ଆଗେଇ ଚାଲିଛି। ସମୟ ସହ ତାଳ ଦେଇ ଦିନକୁ ଦିନ ଖାଦ୍ୟପେୟ, ଚାଲିଚଳଣିରେ ପରିବର୍ତ୍ତନ କରୁଛି। ପୂର୍ବରୁ କୌଣସି ଉତ୍ସବ ପାଳନ ପାଇଁ ଘରେ ଖିରି, ପୁରି, ତରକାରି ଆଦି ଖାଦ୍ୟ ରନ୍ଧାଯାଇ ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କୁ ପରଷା ଯାଉଥିଲା। ହେଲେ ବର୍ତ୍ତମାନ ଏହା କାଁ ଭାଁ ଦେଖିବାକୁ ମିଳୁଛି। ଆଧୁନିକ ଯୁଗରେ ଉତ୍ସବ ପାଳନର ଟ୍ରେଣ୍ଡ୍‌ ପାଲଟିଛି କେକ୍‌। ଜନ୍ମଦିନ, ନିର୍ବନ୍ଧ, ବିବାହ ବାର୍ଷିକୀ କିମ୍ବା ବିଦାୟକାଳୀନ ସମ୍ବର୍ଦ୍ଧନା ହେଉ କେକ୍‌ କଟାଯାଇ ଉତ୍ସବ ମନାଯାଉଛି। ହେଲେ ଏହି କେକ୍‌ ଶରୀର ପାଇଁ କେତେ ମାତ୍ରାରେ ଉପଯୋଗୀ ତାକୁ କେହି ପରଖୁନାହାନ୍ତି। ଗତ କିଛିଦିନ ତଳେ ପଞ୍ଜାବ ପଟିଆଲାରେ ଘଟିଥିବା ଏକ ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଘଟଣାନୁସାରେ, ପଟିଆଲାର ଏକ ପରିବାର ୧୦ ବର୍ଷୀୟ ଝିଅ ମାନ୍‌ଭିର ଜନ୍ମଦିନ ପାଳନ ପାଇଁ ନିକଟସ୍ଥ ଏକ ବେକ୍‌ରିରୁ କେକ୍‌ ଅର୍ଡର କରିଥିଲେ। ପରିବାର ସହ ସମସ୍ତେ ଖୁସିରେ କେକ୍‌ କାଟିବା ପରେ ଏହାକୁ ଖାଇଥିଲେ। ହେଲେ ରାତି ୧୦ଟା ବେଳକୁ ପରିବାରର ସମସ୍ତ ସଦସ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ସକାଳୁ ମାନ୍‌ଭିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉକ୍ତ କେକ୍‌ର ନମୁନା ସଂଗ୍ରହ କରି ପୋଲିସ ପରୀକ୍ଷଣ ପାଇଁ ପଠାଇଥିଲା। ପରୀକ୍ଷାରୁ ଉକ୍ତ କେକ୍‌ରେ ସିନ୍ଥେଟିକ୍‌ ସ୍ବିଟ୍‌ନର ବା ସାକାରିନ୍‌ ଅଧିକ ମାତ୍ରାରେ ଥିଲା, ଯାହାକି ମୃତ୍ୟୁର କାରଣ ହୋଇଥାଇପାରେ ବୋଲି କୁହାଯାଇଥିଲା। କେକ୍‌ରେ ମିଶ୍ରଣ କରାଯାଉଥିବା ଏହି ସାକାରିନ୍‌ ଖାଦ୍ୟକୁ ମିଠା କରାଇଥାଏ। କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଶରୀରରେ ରକ୍ତର ଗ୍ଲୁକୋଜ ସ୍ତରକୁ ବୃଦ୍ଧି କରାଇଥାଏ, ଯାହାକି ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

କେକ୍‌ରେ ସାକାରିନ ଅଳ୍ପ ପରିମାଣରେ ବ୍ୟବହାର ହେବା ଉଚିତ। ଏହାର ଅତ୍ୟଧିକ ବ୍ୟବହାର କିମ୍ବା ବହୁତ ଦିନ ଧରି ଏହାକୁ ଖାଦ୍ୟ ପଦାର୍ଥରେ ବ୍ୟବହାର କଲେ, ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏହାଛଡ଼ା ଏଥିରେ ବ୍ୟବହୃତ ମଇଦା ଏବଂ କ୍ରିମ୍‌ ମୋଟାପଣ ବୃଦ୍ଧି କରିବାରେ ସହାୟକ ହୁଏ। କିଛି କ୍ଷେତ୍ରରେ ଏହା ହାର୍ଟ ଆଟାକ୍‌ ଭଳି ରୋଗ ସୃଷ୍ଟି କରିବା ଆଶଙ୍କା ରହିଛି।
ନିରଜ କୁମାର ମିଶ୍ର, ବରିଷ୍ଠ ଡାକ୍ତର
ସମସ୍ତେ ଦେଖାଦେଖି ହୋଇ ଉତ୍ସବ ମନାଇବା ପାଇଁ କେକ୍‌ କିଣୁଛନ୍ତି। ବର୍ତ୍ତମାନ ସମୟରେ ଏହା ଟ୍ରେଣ୍ଡ ପାଲଟିଛି। ଏହି କାରଣରୁ ଅଧିକାଂଶ ସ୍ଥାନରେ ବେକ୍‌ରି ଦୋକାନ ଖୋଲିଛି। ଭଲ ରୋଜଗାର ହେଉଛି। କେକ୍‌ ପାଇଁ ଆମ ପରିବାର ଚଳୁଛି କହିଲେ ଚଳେ। ସମସ୍ତ କେକ୍‌ କାରଖାନାରେ ପରୀକ୍ଷଣ ହୋଇଆସୁଛି। ମାନ ଠିକ୍‌ ରହୁଥିବାରୁ ଏପର୍ଯ୍ୟନ୍ତ ଆମ ପାଖକୁ ଅଭିଯୋଗ ଆସିନି।
ଚିତ୍ତରଞ୍ଜନ ସାହୁ, ବ୍ୟବସାୟୀ
ସମୟ ବଦଳିଛି। ତେଣୁ ବର୍ତ୍ତମାନର ଯୁବପିଢ଼ି ଏହା ସହ ତାଳଦେଇ ଚାଲିଛନ୍ତି। ଯୁବପିଢ଼ି ଏବେ ଜନ୍ମଦିନ ପାଇଁ ବିଭିନ୍ନ ଜାଗା ଚୟନ କରୁଛନ୍ତି। କେକ୍‌ଟିଏ କିଣିନେଲେ ଯେକୌଣସି ସ୍ଥାନରେ ବି ଜନ୍ମଦିନ ପାଳନ ହୋଇପାରୁଛି। ଘରେ ଖିରି, ପୁରି, ତରକାରି କରି ସାଙ୍ଗସାଥୀଙ୍କୁ ଡାକିବା ଅପେକ୍ଷା ଏହା ବହୁତ ସୁବିଧା ହେଉଛି।
ରମେଶ ଚନ୍ଦ୍ର ବାରିକ, ଛାତ୍ର
ସ୍ମାର୍ଟ ଯୁଗରେ ସୁସଜ୍ଜିତ କେକ୍‌ର ଗୁରୁତ୍ୱ ଅଧିକ। ଲୋକଦେଖାଣିଆ କେକ୍‌ କାଟି ଉତ୍ସବ ମନାଯାଉଛି। ହେଲେ ଏହା ଦେହ ପାଇଁ କେତେ ଭଲ କେତେ କ୍ଷତିକାରକ କେହି ବୁଝୁନାହାନ୍ତି। ଏଥିରେ ଅତ୍ୟଧିକ ପରିମାଣରେ ମିଠା ମିଶ୍ରଣ କରାଯାଉଛି, ଯାହାକି ଦେହପାଇଁ ବହୁତ ଖରାପ। ତେଣୁ ଯୁବପିଢ଼ି ଏଥିପାଇଁ ସତର୍କ ହେବା ନିହାତି ଜରୁରୀ।
ପୂଜା ପାରମିତା ସାହୁ, ଛାତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri